ଆବୁଧାବୀରେ ହିନ୍ଦୁ ମନ୍ଦିର ଉଦଘାଟିତ: ମୋଦୀ କହିଲେ, ‘ବୈଶିକ ଏକତାର ପ୍ରତୀକ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ୟୁଏଇ ଗସ୍ତରେ ଅଛନ୍ତି । ଆବୁଧାବୀରେ ସେ ୨୭ ଏକରରେ ବ୍ୟାପିଥିବା ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିଛନ୍ତି । ଏହା ପରେ ମନ୍ଦିରରେ ପୂଜା ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନ୍ଦିର ବେଢାରେ ସମସ୍ତଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ କି ‘ଏହି ମନ୍ଦିର ବିଶ୍ବ ପାଇଁ ଏକ ଉଦାହରଣ । ଏଥିରେ ମୋ ଭାଇ ଶେଖ ଜାୟେଦଙ୍କ ବଡ ଭୂମିକା ରହିଛି । ୧୪୦ କୋଟି ଭାରତୀୟ ମୋର ଆରାଧ୍ୟ ଦେବତା ।’

ବୋଚାସନବାସୀ ଶ୍ରୀ ଅକ୍ଷର ପୁରୁଷୋତ୍ତମ ସ୍ବାମୀନାରାୟଣ ସଂସ୍ଥା (BAPS) ନିର୍ମାଣ କରିଛି । ଏହି ମନ୍ଦିର ନିର୍ମାଣ ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୧୩ ଜାନୁୟାରୀରେ ମୋଦୀ ଆବୁଧାବୀରେ ପହଞ୍ଚିଥିଲେ । ସେଠାରେ ସେ ରାଷ୍ଟ୍ରପତି ଜାୟଦ ଅଲ ନାହୟାନଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ଉଭୟ ନେତାଙ୍କ ମଧ୍ୟରେ ଅନେକ ସମୟ ଧରି ଆଲୋଚନା ଚାଲିଥିଲା ।

୧୩ ଫେବୃୟାରୀରେ ମୋଦୀ ଭାରତୀୟ ସମୁଦାୟଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ । ସେ ରାଷ୍ଟ୍ରପତି  ନାହୟାନଙ୍କ ପ୍ରଶଂସା କରିଥିଲେ । ୬୫ ହଜାର ଭାରତୀୟଙ୍କୁ ମୋଦି କହିଥିଲେ କି ରାଷ୍ଟ୍ରପତି ନାହୟାନ ମନ୍ଦିର ପ୍ରସ୍ତାବ ଉପରେ ତିଳେ ମାତ୍ର ଚିନ୍ତା ନକରି ହଁ ଭରିଥିଲେ ।

 

Comments are closed.