www.samajalive.in
Tuesday, December 9, 2025
23.1 C
Bhubaneswar

ମମତାଙ୍କ ବ୍ୟଙ୍ଗ କରି ଜେଲ ଯାଇଥିବା ପ୍ରିୟଙ୍କାଙ୍କୁ ଟ୍ବିଟରରେ ଫଲୋ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବ୍ୟଙ୍ଗ କରି ଜେଲ ଯାଇଥିବା ପ୍ରିୟଙ୍କା ଶର୍ମାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟରରେ ଫଲୋ(ଅନୁସରଣ) କରିଛନ୍ତି। ପ୍ରିୟଙ୍କା ଭାଜପା ଯୁବମୋର୍ଚ୍ଚାର ସଂଯୋଜକ ଅଛନ୍ତି। ମୋଦୀ ତାଙ୍କୁ ଫଲୋ କରିବା ପରେ ପ୍ରିୟଙ୍କା କୃତଜ୍ଞତା ଜଣାଇବା ସହ ଏଥିପାଇଁ ଗର୍ବ ଅନୁଭବ କରୁଥିବା କହିଛନ୍ତି।

ସୂଚନା ମୁତାବକ, ପ୍ରିୟଙ୍କା ମମତା ବାନାର୍ଜୀଙ୍କ ଏକ ଫଟୋକୁ ଫଟୋଶପ ଜରିଆରେ ବ୍ୟଙ୍ଗାତ୍ମକ ଢଙ୍ଗରେ ପ୍ରସ୍ତୁତ କରି ଫେସବୁକରେ ଶେୟାର କରିଥିଲେ। ଏହି ଫଟୋରେ ପ୍ରିୟଙ୍କା ଚୋପ୍ରାଙ୍କ ଫଟୋ ଉପରେ ମମତା ବାନାର୍ଜୀଙ୍କ ମୁହଁକୁ ଯୋଡ଼ାଯାଇଥିଲା। ଏହି ଫଟୋ ଉପରେ ତୃଣମୂଳ କଂଗ୍ରେସର କର୍ମକର୍ତ୍ତା ଆପତ୍ତି ଉଠାଇବା ସହିତ ଥାନାରେ ମାମଲା ରୁଜୁ କରିଥିଲେ। ପରେ ପୁଲିସ ମେ ୧୦ ତାରିଖରେ ତାଙ୍କୁ ଗିରଫ କରିଥିଲା। ଏହା ପରେ ପ୍ରିୟଙ୍କା ଶର୍ମାଙ୍କ ସମର୍ଥରେ ସୋସିଆଲ ମିଡିଆରେ ଅଭିଯାନ ଚାଲିଥିଲା। ତାଙ୍କ ଗିରଫଦାରିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ମେ ୧୪ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରି ପ୍ରିୟଙ୍କାଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରିବାକୁ ନିର୍ଦେଶ ଦେଇଥିଲେ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories