www.samajalive.in
Sunday, December 7, 2025
26.1 C
Bhubaneswar

ଏପ୍ରିଲ ପ୍ରଥମ ସପ୍ତାହରେ ଆରମ୍ଭ ହେବ +୨ ଖାତା ମୂଲ୍ୟାୟନ

ଭୁବନେଶ୍ୱର : ଏପ୍ରିଲ ପ୍ରଥମ ସପ୍ତାହରୁ ଯୁକ୍ତ-୨ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ମାର୍ଚ୍ଚ ୩୦ ତାରିଖରେ ପରୀକ୍ଷା ସରିବା ପରେ ସମସ୍ତ ଖାତାର ମୂଲ୍ୟାୟନ ଆରମ୍ଭ ହେବ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଗତ ବର୍ଷ ପରି ଏଥରକ ମଧ୍ୟ ଉଭୟ ଅନଲାଇନ ଓ ଅଫଲାଇନ ଉତ୍ତର ଖାତା ମୂଲ୍ୟାୟନ କରାଯିବ।
ଏପ୍ରିଲ ମାସରେ ସମଗ୍ର ରାଜ୍ୟରେ ବିଭିନ୍ନ ପ୍ରର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାରୁ ତାହାର ପ୍ରଭାବ ଯୁକ୍ତ-୨ ଖାତା ମୂଲ୍ୟାୟନ ଉପରେ ପଡିବାର ଆଶଙ୍କା ଦେଖାଦେଇଛି। ଅଧ୍ୟାପକ ମାନେ ନିର୍ବାଚନରେ ଭାଗ ନେଇଥିବାରୁ ଖାତା ମୂଲ୍ୟାୟନରେ ବାଧା ଉପୁଜିପାରେ। ତାକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ମୂଲ୍ୟାୟନରେ କିଛି ପରିବର୍ତ୍ତନ କରିବାକୁ ଯୋଜନା ରହିଛି। ଯେଉଁ ଅଞ୍ଚଳରେ ଭୋଟଗ୍ରହଣ କରାଯିବ, ସେଠାରେ ପ୍ରାୟ ୪ଦିନ ପାଇଁ ଖାତା ଦେଖା ବନ୍ଦ ରଖିବାକୁ ପରିଷଦ ଯୋଜନା କରିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ।
ଅନ୍ୟପକ୍ଷରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପ୍ରମୁଖ ବିଷୟ ପରୀକ୍ଷା ଶେଷ ହେଇଥିବାରୁ ଇ-ମୂଲ୍ୟାୟନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତ ସପ୍ତାହରେ ହିଁ ଉତ୍ତର ଖାତା ଗୁଡିକ ସ୍କାନିଂ କରାଯିବ। ପରିଷଦ ମେ ମାସ ଶେଷ କିମ୍ବା ଜୁନ ପ୍ରଥମ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories