www.samajalive.in
Wednesday, December 10, 2025
17.1 C
Bhubaneswar

+୩ ପ୍ରଥମ ପର୍ଯ୍ୟାୟ ମେଧାତାଲିକା ପ୍ରକାଶ, ଏଥର ବିଜ୍ଞାନରେ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ପୁରୀ ଏସସିଏସ

ଭୁବନେଶ୍ବର: ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ୩ରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟଅଫ ମାର୍କ ତଥା ମେଧାତାଲିକା ପ୍ରକାଶ ପାଇଛି। ପୂର୍ବରୁ ବିଜେବି ଓ ରେଭେନ୍ସାରେ ବିଜ୍ଞାନ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରହିଥିଲାବେଳେ ଏଥର ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ହୋଇଛି ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ। ଚଳିତ ଶିକ୍ଷା ବର୍ଷରେ ଉଦ୍ଭିଦ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତରେ +୩ ପଢ଼ିବା ପାଇଁ ପୁରୀ ଏସସିଏସ କଲେଜକୁ ପ୍ରଥମ ପସନ୍ଦ ଭାବେ ମନୋନୀତ କରିଛନ୍ତି।

ଏଥର ରାଜ୍ୟର ପ୍ରମୁଖ ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟ ଓ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ପଛରେ ପକାଇ ରାଜ୍ୟ ଅନ୍ୟ ମହାବିଦ୍ୟାଳୟଗୁଡ଼ିକର କଟଅଫ ମାର୍କ ଆଗରେ ରହିଛି। କଳା ଓ ବିଜ୍ଞାନରେ ବିଜେବି ଓ ରେଭେନ୍ସାକୁ ଟପି ଯାଇଛନ୍ତି ଅନ୍ୟ କଲେଜ। ବିଜ୍ଞାନରେ ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ(ଏସସିଏସ)ର କଟଅଫ ଆଗରେ ରହିଛି। ସେହିପରି କଳାରେ ବାଲେଶ୍ବର, ଫକିରମୋହନ ଓ ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର(ଏମପିସି) ସ୍ବୟଂଶାସିତ ମହାବିଦ୍ୟାଳୟ ଆଗରେ ରହିଛନ୍ତି। ପୁରୀ ଏସସିଏସ କଲେଜରେ ଉଦ୍ଭିଦ ବିଜ୍ଞାନରେ ସର୍ବାଧିକ କଟଅଫ ମାର୍କ୯୫.୬୦% ରହିଛି। ସେହିପରି ପୁରୀ ଏସସିଏସ କଲେଜରେ ରସାୟନ ବିଜ୍ଞାନରେ କଟଅଫ ମାର୍କ ୯୪.୫୦% ରହିଥିବାବେଳେ ଗଣିତରେ ୯୪% ରହିଛି। ଅପରପକ୍ଷରେ ବାରିପଦା ଏମପିସି କଲେଜରେ ପ୍ରାଣୀ ବିଜ୍ଞାନରେ ୯୪% କଟଅଫ ମାର୍କ ରହିଥିବା ଜଣାପଡ଼ିଛି। ଅପରପକ୍ଷରେ ବାଲେଶ୍ବର ଫକିର ମୋହନ ଏବଂ ବାରିପଦା ଏମପିସି କଲେଜରେ ରାଜନୀତି ବିଜ୍ଞାନରେ କଟଅଫ ମାର୍କ ୯୧.୮୩% ରହିଥିବା ସୂଚନା ମିଳିଛି।

- Advertisement -

୨୦୨୩-୨୪ ଶିକ୍ଷା ବର୍ଷରେ +୩ ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ ୨,୨୩, ୨୧୦ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ୧,୭୪, ୧୯୫ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ ମନୋନୀତ କରାଯାଇଛି। ଛାତ୍ରଛାତ୍ରୀମାନେ ସାମ୍ସ-ୟୁଜି ପୋର୍ଟାଲରେ +୩ ପ୍ରଥମ ପର୍ଯ୍ୟାୟ କଟଅଫ ମାର୍କ ଦେଖିପାରିବେ ଏବଂ ସେମାନେ କେଉଁ କଲେଜ ପାଇଁ ମନୋନୀତ ହୋଇଛନ୍ତି ତାହା ଜାଣିପାରିବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories