ଯୁକ୍ତ ୨ ପରୀକ୍ଷା : ୪୫ଟି ପରୀକ୍ଷା କେନ୍ଦ୍ର, ୮ ପ୍ରଶ୍ନପତ୍ର ହବ୍ ଓ ୧୦ ଘରୋଇ ଶିକ୍ଷାନୁଷ୍ଠାନକୁ ଟ୍ୟାଗିଂ
କେନ୍ଦୁଝରଗଡ଼ : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ବାର୍ଷିକ ପରୀକ୍ଷା ବୁଧବାର ଠାରୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି । ଅପ୍ରେଲ ୫ ତାରିଖରେ ପରୀକ୍ଷା ଶେଷ ହେବାକୁ ଥିବାବେଳେ ଚଳିତବର୍ଷ ଜିଲାର ମୋଟ ୫୫ଟି କନିଷ୍ଠ ମହାବିଦ୍ୟାଳୟ ମଧ୍ୟରୁ ୧୦ଟି ଘରୋଇ ମହାବିଦ୍ୟାଳୟକୁ ବାଦ୍ ଦେଲେ ୪୫ଟି ମହାବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର କରାଯାଇଛି । ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗରେ ଜିଲାରେ ଚଳିତବର୍ଷ ମୋଟ ୧୩୨୩୧ଜଣ ପରୀକ୍ଷାର୍ଥୀ ନାମ ପଞ୍ଜିକରଣ କରିଛନ୍ତି।
ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଜିଲାର ୧୦ଟି ଘରୋଇ ମହାବିଦ୍ୟାଳୟକୁ ୬ଟି ମହାବିଦ୍ୟାଳୟରେ ଟ୍ୟାଗିଂ କରାଯାଇଛି । ଗୋନାସିକା ମହାବିଦ୍ୟାଳୟ କାଶୀପୁର, ଗାୟତ୍ରୀ ମହାବିଦ୍ୟାଳୟ, ଲର୍ଡ ଜଗନ୍ନାଥ ମହାବିଦ୍ୟାଳୟ, ସିଟିଜି ଫାଉଣ୍ଡେସନ ପରିଚାଳିତ କେନ୍ଦୁଝର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କେଏସ୍ଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ଧରଣୀଧର କନିଷ୍ଠ ମହାବିଦ୍ୟାଳୟ ସହ ଟ୍ୟାଗିଂ କରାଯାଇଛି । ସେହିଭଳି ପରମାନନ୍ଦ କଲେଜ ଅଫ୍ ସାଇନ୍ସ ଶାଳବଣୀ ଆନନ୍ଦନପୁର କନିଷ୍ଠ ମହାବିଦ୍ୟାଳୟ, ଅମୂଲ୍ୟ ପହି ଯୁକ୍ତ୨ ବିଜ୍ଞାନ ମହାବିଦ୍ୟାଳୟ ନୂଆପଡାକୁ ପତିନପାବନ ମହାବିଦ୍ୟାଳୟ ସାଇଁକୁଳ, ବୃହଷ୍ପତି ଯୁକ୍ତ୨ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ ଯୋଡାକୁ ବଡବିଲ ମହାବିଦ୍ୟାଳୟ, ନାରାୟଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଶ୍ରୀଗୁରୁକୂଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ତାରିଣୀ ଠାକୁରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହ ଟ୍ୟାଗିଂ କରାଯାଇଛି । ପ୍ରାଥମିକସ୍ତରରେ ଧରଣୀଧର କନିଷ୍ଠ ମହାବିଦ୍ୟାଳୟ କେନ୍ଦୁଝର, ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝର, ଆନନ୍ଦପୁର କନିଷ୍ଠ ମହାବିଦ୍ୟାଳୟ, କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ଶାଳପଡା, ରିମୁଳି ମହାବିଦ୍ୟାଳୟ, ଚନ୍ଦ୍ରଶେଖର ମହାବିଦ୍ୟାଳୟ ଚମ୍ପୁଆ, ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ଘଟଗାଁ ଓ ଚାରିଗଡ ମହାବିଦ୍ୟାଳୟ ତେଲକୋଇକୁ ମିଶାଇ ମୋଟ ୮ଟି ପ୍ରଶ୍ନପତ୍ର ହବ୍ ଗଠନ କରାଯାଇଛି । ପରୀକ୍ଷା ଦିନ ଉକ୍ତ ହବ୍ମାନଙ୍କରୁ ପ୍ରଶ୍ନପତ୍ର ପ୍ରତ୍ୟେକ ପରୀକ୍ଷାକେନ୍ଦ୍ରକୁ ସ୍ୱତନ୍ତ୍ର ଯାନ ଯୋଗେ କଡା ସୁରକ୍ଷା ବ୍ୟବସ୍ଥାରେ ପଠାଯିବା ଆରମ୍ଭ ହୋଇଛି । କେନ୍ଦୁଝର ଜିଲାର ସାହାରପଡା, ମାଛଗଡ, ଉଦୟପୁର ମହାବିଦ୍ୟାଳୟ ଓ ରାଇଡିହା ସରକାରୀ ବିଦ୍ୟାଳୟକୁ ପଡୋଶୀ ମୟୁରଭଞ୍ଜ ଜିଲା କରଞ୍ଜିଆ ମହାବିଦ୍ୟାଳୟ ହବ୍ରୁ ଏବଂ ମୟୁରଭଞ୍ଜ ଜିଲା ବିଜୁ ପଟ୍ଟନାୟକ କନିଷ୍ଠ ମହାବିଦ୍ୟାଳୟ ଘାଗରବେଡାକୁ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଚମ୍ପୁଆ ଓ ଢ଼େଙ୍କାନାଳ ଜିଲା ଗଡପଳାଶୁଣୀସ୍ଥିତ ବାପୁଜୀ କନିଷ୍ଠ ମହାବିଦ୍ୟାଳୟକୁ ତେଲକୋଇ ହବ୍ରୁ ପ୍ରଶ୍ନପତ୍ର ଯୋଗାଣ ବ୍ୟବସ୍ଥା କରାଯାଇଛି । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଯେଭଳି କୌଣସି ପରିସ୍ଥିତିରେ ପ୍ରଘଟ ନହୁଏ ସେଥିପାଇଁ ପ୍ରଶ୍ନପତ୍ର ଗଛିତ ଜିଲାର ସମସ୍ତ ୮ଟି ହବ୍ରେ ସିସିଟିଭି କ୍ୟାମେରା ସଂଯୋଗ କରାଯାଇଛି ।
୧୯୮୮ପରୀକ୍ଷା ପରିଚାଳନା ଅଧିନିୟମ ଅନୁଯାୟୀ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ଓ ବିଶୃଙ୍ଖଳିତ ଆଚରଣ କରୁଥିବା ପରୀକ୍ଷାର୍ଥୀଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପରୀକ୍ଷାକେନ୍ଦ୍ର ନୀରିକ୍ଷକଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ପରୀକ୍ଷାରେ ଅସାଧୁ ଉପାୟକୁ ନିୟନ୍ତ୍ରଣ ପାଇଁ ଜିଲା, ଜୋନାଲ ଓ କେନ୍ଦ୍ରୀୟସ୍ତରରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ବୁଧବାର ଜିଲାର ବିଭିନ୍ନ ପରୀକ୍ଷାକେନ୍ଦ୍ର ଗସ୍ତ କରି ତଦାରଖ କାର୍ଯ୍ୟ ଆରମ୍ଭ କରିଛନ୍ତି । ପରୀକ୍ଷା ପରିଚାଳନାରେ କୌଣସି ଅନିୟମିତତା ପରିଲକ୍ଷିତ ହେଲେ ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ପଦକ୍ଷେପ ଗ୍ରହଣ କରିବାକୁ ନିଦେ୍ର୍ଦଶ ରହିଛି ।
ଧରଣୀଧର କନିଷ୍ଠ ମହାବିଦ୍ୟାଳୟ କେନ୍ଦ୍ରରେ ପ୍ରଥମଦିନରେ ପରୀକ୍ଷା ଦେଲେ ୫୬୩ଜଣ
ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ବାର୍ଷିକ ଥିଓରୀ ପରୀକ୍ଷା ବୁଧବାର ଠାରୁ ଆରମ୍ଭ ହୋଇଥିବା ବେଳେ ଧରଣୀଧର କନିଷ୍ଠ ମହାବିଦ୍ୟାଳୟରେ ମୋଟ ୫୬୫ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨ଜଣ ଅନୁପସ୍ଥିତ ଥିବାବେଳେ ୫୬୩ଜଣ ପରୀକ୍ଷା ଦେଇଥିବା ଜଣାପଡିଛି । ବୁଧବାର ପ୍ରଥମ ଦିବସରେ ବିଜ୍ଞାନ ବିଭାଗର ମାତୃଭାଷା ବିଷୟରେ ଧରଣୀଧର କନିଷ୍ଠ ମହାବିଦ୍ୟାଳୟର ୧୯୮ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯୬ଜଣ ପରୀକ୍ଷା ଦେଇଥିବା ଜଣାପଡିଛି । ସେହିଭଳି ଉକ୍ତ ପରୀକ୍ଷା କେନ୍ଦ୍ରରେ ଟ୍ୟାଗିଂ ହୋଇଥିବା ଗୋନାସିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୫୩ଜଣ, ଗାୟତ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୩୦ଜଣ, ସିଟିଜି ପରିଚାଳିତ କେନ୍ଦୁଝର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୭ଜଣ, ଲର୍ଡ ଜଗନ୍ନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୦ଜଣ ଏବଂ କେନ୍ଦୁଝର ସ୍କୁଲ ଅଫ୍ ଇଞ୍ଜିନିୟରିଂ ପରିଚାଳିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାପଡିଛି ।
Comments are closed.