www.samajalive.in
Saturday, December 6, 2025
16.1 C
Bhubaneswar

ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ହୋଇପାରେ କ୍ଷତିକାରକ

ଘରେ ହେଉ କି ବାହାରେ ହେଉ ଆମେ ସାଧାରଣତଃ ପ୍ଲାଷ୍ଟିକ ବୋତଲରେ ପାଣି ପିଇଥାଉ। ବଜାରରେ ପ୍ଲାଷ୍ଟିକ ବୋତଲରେ ପାଣି ବିକ୍ରି ହେଉଛି। ଆମେ ସେହି ପାଣି ଆଣି ପିଉଛୁ। ପ୍ଲାଷ୍ଟିକ ବୋତଲରେ ପାଣି ପିଇଲେ ଆମର ଅନେକ କ୍ଷତି ହୋଇଥାଏ। ଆସନ୍ତୁ ଜାଣିବା ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ୱାରା ଶରୀରର କ’ଣ କ୍ଷତି ହୋଇଥାଏ …
ପ୍ଲାଷ୍ଟିକ ବୋତଲରେ ବିଷାକ୍ତ କେମିକାଲ ଓ ବ୍ୟାକ୍ଟେରିଆ ରହିଥାଏ। ତାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ। ପ୍ଲାଷ୍ଟିକରୁ ଫ୍ଲୋରାଇଡ, ଆର୍ସେନିକ ଓ ଆଲୁମିନିୟମ ପରି ପଦାର୍ଥ ନିର୍ଗତ ହୋଇଥାଏ। ଏହା ମନୁଷ୍ୟ ଶରୀର ପାଇଁ ବିଷାକ୍ତ ଅଟେ। ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଅର୍ଥ ନିଜ ଶରୀରକୁ କ୍ଷତି ପହଞ୍ଚାଇବା।
ଅତ୍ୟନ୍ତ ଗରମ ପରିବେଶରେ ପ୍ଲାଷ୍ଟିକ ବୋତଲ ରହିଲେ ତାହା ସାମାନ୍ୟ ତରଳି ଯାଇଥାଏ। ପାଣି ବୋତଲକୁ କାର କିମ୍ବା ବାଇକରେ ରଖିବା ଦ୍ୱାରା ତାହା ସିଧାସଳଖ ସୂର୍ଯ୍ୟଙ୍କ ଉତ୍ତପ୍ତ କିରଣ ସଂସ୍ପର୍ଶରେ ଆସିଥାଏ। ଏହାଫଳରେ ପ୍ଲାଷ୍ଟିକରୁ ଡାଇଅକ୍ସିନ ନିର୍ଗତ ହୋଇଥାଏ। ଡାଇଅକ୍ସିନ ସଂପୃକ୍ତ ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ହାନିକାରକ।
ପ୍ଲାଷ୍ଟିକରେ ଥିବା ବାଇଫିନାଇଲ କେମିକାଲ ଡାଇବେଟିସ ରୋଗ ହେବାର ଅନ୍ୟତମ କାରଣ ଅଟେ। ତେଣୁ ଯେତେ ସମ୍ଭବ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ। ପ୍ଲାଷ୍ଟିକ ଯୋଗୁଁ ଯକୃତ କ୍ୟାନସର ହେବାର ଆଶଙ୍କା ରହିଥାଏ। ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟ ଖାଇବା ମଧ୍ୟ ବନ୍ଦ କରି ଦିଅନ୍ତୁ। ପ୍ଲାଷ୍ଟିକ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories