www.samajalive.in
Monday, December 8, 2025
14.1 C
Bhubaneswar

ଇତିହାସ ରଚିଲା ତୈଳ ଦର: ପେଟ୍ରୋଲକୁ ଟପିଲା ଡିଜେଲ

ଭୁବନେଶ୍ୱର: ଓଡ଼ିଶାରେ ପେଟ୍ରୋଲକୁ ଟପିଲା ଡିଜେଲ ମୂଲ୍ୟ। ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଏଥିପାଇଁ କେନ୍ଦ୍ର ସରକାରଙ୍କ ମୂଲ୍ୟ ନିର୍ଦ୍ଧାରଣ ନୀତିକୁ ଦାୟୀ କରିଛି ବିଜେଡି।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ ଓଡ଼ିଶାକୁ ଆସି କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ୍ସସାଇଜ ଟିକସରେ ଦିଆଯାଉ ଥିବା ରିହାତି ସମ୍ପର୍କରେ ସୂଚନା ଦେବା ସହ ଦେଶର ସମସ୍ତ ରାଜ୍ୟ ସରକାରଙ୍କୁ ଭାଟରେ ରିହାତି ଦେବାକୁ ଆହ୍ୱାନ ଦେଇଥିଲେ। ତେବେ ବିଜେଡି ପକ୍ଷରୁ କେନ୍ଦ୍ର ମନ୍ତ୍ରୀଙ୍କ ଏହି ଆହ୍ୱାନକୁ ଏଡାଇ ଦେଇ ରାଜ୍ୟରେ ପେଟ୍ରୋଲ ମୂଲ୍ୟଠାରୁ ଡିଜେଲ ମୂଲ୍ୟ ଅଧିକ ହେବା କେନ୍ଦ୍ର ସରକାରଙ୍କ ମୂଲ୍ୟ ନିର୍ଦ୍ଧାରଣ ନୀତିରେ ତ୍ରୁଟି ରହିଥିବା ପାଲଟା ଅଭିଯୋଗ କରିଛି। ରବିବାର ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା ୮୦.୫୭ଟଙ୍କା ରହିଥିବାବେଳେ ଡିଜେଲ ୮୦.୬୯ଟଙ୍କାରେ ବିକ୍ରି ହୋଇଥିଲା। ରାଜ୍ୟର ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ନାଥ ଏ ସମ୍ପର୍କରେ ମନ୍ତବ୍ୟ ଦେଇ ପ୍ରଥମ ଥର ପାଇଁ ଦେଶରେ ପେଟ୍ରୋଲ ମୂଲ୍ୟଠାରୁ ଡିଜେଲ ମୂଲ୍ୟ ଅଧିକ ହୋଇଛି ବୋଲି ସୂଚନା ଦେଇଥିଲେ। ଦେଶର ଅନ୍ୟାନ୍ୟ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଉପରେ ପୃଥକ ପୃଥକ ଭାଟ ଆଦାୟ କରାଯାଉ ଥିବାବେଳେ ଓଡ଼ିଶାରେ ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଉପରେ ୨୬ପ୍ରତିଶତ ଭାଟ ଆଦାୟ କରାଯାଉଛି। ଅପରପକ୍ଷରେ ଓଡ଼ିଶାରେ ତୈଳ ମୂଲ୍ୟକୁ ନେଇ ଏଭଳି ବୈଚିତ୍ରତା ପାଇଁ ରାଜ୍ୟ ଅର୍ଥ ମନ୍ତ୍ରୀ ଏସ ବି ବେହେରା କେନ୍ଦ୍ରକୁ ଦାୟୀ କରିଛନ୍ତି। କେନ୍ଦ୍ର ସରକାରଙ୍କ ଭୁଲ ନୀତି ପାଇଁ ରାଜ୍ୟରେ ଡିଜେଲ ମୂଲ୍ୟ ପେଟ୍ରୋଲକୁ ଟପିଛି ବୋଲି ସେ ଅଭିଯୋଗ କରିଛନ୍ତି।
ଅପରପକ୍ଷରେ ଡିଜେଲ ଆସୋସିଏସନ ପକ୍ଷରୁ ଡିଜେଲ ମୂଲ୍ୟ ବୃଦ୍ଧି ହେତୁ ରାଜ୍ୟରେ ଏହାର ବିକ୍ରି ଉପରେ ବ୍ୟାପକ ମାତ୍ରାରେ ପ୍ରଭାବ ପକାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories