www.samajalive.in
Saturday, December 6, 2025
16.1 C
Bhubaneswar

ସଲମାନଙ୍କ ବାସଭବନକୁ ଗୁଳିମାଡ଼ ଘଟଣା: ତାପ୍ତି ନଦୀରୁ ପିସ୍ତଲ ଓ ଗୁଳି ଉଦ୍ଧାର

ମୁମ୍ବଇ: ଚଳିତମାସ ୧୪ରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଦୁଇ ଜଣ ସାର୍ପସୁଟର ବଲିଉଡ୍‌ ତାରକା ସଲମାନ ଖାନ୍‌ଙ୍କ ମୁମ୍ବଇସ୍ଥିତ ବାସଭବନ ଉପରକୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିଲେ। ପୁଲିସ ଏହି ଘଟଣାରେ ଦୁଇ ଅଭିଯୁକ୍ତ ଭିକି ଗୁପ୍ତା ଓ ସାଗର ପାଲଙ୍କୁ ଗିରଫ କରିସାରିଛି। ତେବେ ଗୁଜରାଟ ପୁଲିସ ପକ୍ଷରୁ ନିୟୋଜିତ ବୁଡାଳିମାନେ ମଙ୍ଗଳବାର ସୁରତ୍‌ ସହର ନିକଟବର୍ତ୍ତୀ ତାପ୍ତି ନଦୀଗର୍ଭରୁ ୨ଟି ପିସ୍ତଲ ଏବଂ ୧୩ଟି ଗୁଳି ଉଦ୍ଧାର କରିଥିବା ଜଣାପଡିଛି। ବୁଡାଳିମାନେ ନଦୀଗର୍ଭରୁ ପିସ୍ତଲ ଓ ଗୁଳି ଉଦ୍ଧାର କରୁଥିବା ଭିଡିଓକୁ ଗୁଜରାଟ ପୁଲିସ ପକ୍ଷରୁ ସାର୍ବଜନୀନ କରାଯାଇଛି।

ସୂଚନାଯୋଗ୍ୟ, ସଲମାନଙ୍କୁ କେବଳ ଭୟଭୀତ କରିବା ନିମନ୍ତେ ଉକ୍ତ ଦିନ ଭିକି ଓ ସାଗରକୁ ଗୁଳିମାଡ କରିବାକୁ ନିର୍ଦେଶ ଦିଆଯାଇଥିବାବେଳେ ଉଭୟଙ୍କୁ ଗୋଟିଏ ଲେଖାଏଁ ପିସ୍ତଲ ଓ ୧୮ ରାଉଣ୍ଡ ଗୁଳି ଦିଆଯାଇଥିଲା। ଭିକି ବାଇକ୍‌ ଚଳାଉଥିବାରୁ ସାଗର ନିଜ ପିସ୍ତଲରୁ ସଲମାନଙ୍କ ବାସଭବନକୁ ଲକ୍ଷ୍ୟ କରି ୫ ରାଉଣ୍ଡ ଗୁଳି ଚଳାଇଥିଲା। ଏହି ଘଟଣା ପରେ ଦୁଇ ଅଭିଯୁକ୍ତ ଗୁଜରାଟ ପଳାଇ ଆସି ତାପି ନଦୀରେ ପିସ୍ତଲ ଓ ଅଫୁଟା ଗୁଳିକୁ ଫୋପାଡି ଦେଇଥିଲେ।

- Advertisement -

ସୂଚନାଯୋଗ୍ୟ ସଲମାନଙ୍କ ବାସଭବନ ଉପରକୁ ଗୁଳି ଚଳାଇବା ପାଇଁ ଭିକି ଓ ସାଗରକୁ ପ୍ରତ୍ୟେକ ୧ ଲକ୍ଷ ଟଙ୍କା ଦିଆଯାଇଥିଲା। ବାନ୍ଦ୍ରାସ୍ଥିତ ବାସଭବନକୁ ଗୁଳି କରିବା ପୂର୍ବରୁ ଏହି ଅଭିଯୁକ୍ତ ଦ୍ବୟ ପାନଭେଲସ୍ଥିତ ସଲମାନଙ୍କ ଫାର୍ମ ହାଉସ ନିକଟକୁ ଯାଇ ଅଭ୍ୟାସ କରିଥିବା ପୁଲିସ ପକ୍ଷରୁ କୁହାଯାଇଛି। ପୁଲିସ ପକ୍ଷରୁ ଭିକି ଓ ସାଗର ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି। ୧୯୯୮ରେ ହିନ୍ଦୀ ଚଳଚ୍ଚିତ୍ର ‘ହମ୍‌ ସାଥ୍‌ ସାଥ୍‌ ହୈ’ର ସୁଟିଂ ପାଇଁ ରାଜସ୍ଥାନ ଯାଇଥିବାବେଳେ ସଲମାନ ଯୋଧପୁରରେ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିଲେ। ରାଜସ୍ଥାନର ବିଷ୍ଣୋଇ ସଂପ୍ରଦାୟ କୃଷ୍ଣସାର ମୃଗକୁ ପୂଜାର୍ଚ୍ଚନା କରୁଥିବାବେଳେ ଏମାନଙ୍କ ଶିକାର ଘଟଣାକୁ ସେମାନେ ଆଦୌ ବରଦାସ୍ତ କରିପାରିନଥିଲେ। ଫଳରେ ସଲମାନଙ୍କୁ ଜେଲ ଯିବାକୁ ପଡିଥିବାବେଳେ ଆଇନଗତ ଜଟିଳତାରେ ଛନ୍ଦି ହୋଇପଡିଥିଲେ। ତେବେ ଏହି ଘଟଣାରେ ସଲମାନଙ୍କୁ ହତ୍ୟା କରିବାକୁ ଲରେନ୍ସ ବିଷ୍ଣୋଇ ବାରମ୍ବାର ଧମକ ଦେଇ ଆସୁଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories