www.samajalive.in
Tuesday, December 9, 2025
17.1 C
Bhubaneswar

ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ର ପ୍ରତିଷ୍ଠା ଦିବସ ପାଳିତ

ପିପିଲି:ରାଜଧାନୀ ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଓ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), ଖୋର୍ଦ୍ଧାର ମିଳିତ ଆନୁକୁଲ୍ୟରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର୍)ର ୯୫ତମ ପ୍ରତିଷ୍ଠା ଦିବସ ସମାରୋହରେ ପାଳିତ ହୋଇଯାଇଛି। ସିଫା ସ୍ଥିତ କେଭିକେ ପରିସରରେ ୩ଦିନ ଧରି ପାଳିତ ହୋଇଥିବା ଏହି ଉତ୍ସବରେ ମତ୍ସ୍ୟଚାଷ ଓ ପଶୁସଂପଦ ଭଳି ବିଭାଗରେ ସମ୍ଭାବ୍ୟ ପ୍ରଯୁକ୍ତିବିଦ୍ୟାର ଉପଯୋଗୀତା ସଂପର୍କିତ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।

ଏଥିରେ ପ୍ରଯୁକ୍ତିବିଦ୍ୟା ସଂପର୍କିତ ବିଭିନ୍ନ ପତ୍ରିକା, ପୁସ୍ତିକା, ଉତ୍ପାଦ ଓ ମଡେଲ ଗୁଡ଼ିକର ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ କୃଷି ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରାଇବା ଉଦ୍ଦେଶ୍ୟରେ କୃଷି ସଂପର୍କିତ କ୍ଷୁଦ୍ର ଭିଡିଓ, ଅଗ୍ରଣୀଚାଷୀ ଓ ଉଦ୍ୟୋଗୀ ମାନଙ୍କର ସଫଳତାର କାହାଣୀ ସଂପର୍କିତ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏଥିରେ ଇଫ୍କୋ, ଇଷ୍ଟ ୱେଷ୍ଟ ସିଡ୍ ପ୍ରା. ଲିଃ, ବାୟର-ସେମିନିସ୍‍ ସିଡ୍ସ, ନାମଧାରୀ ସିଡ୍ସ ପ୍ରା.ଲିଃ ଏବଂ ଏରିଜ୍ ଆଗ୍ରୋ ଲିଃ ଭଳି ଘରୋଇ ସଂସ୍ଥା ଯୋଗଦେଇ ସେମାନଙ୍କର ଉତ୍ପାଦ ଗୁଡ଼ିକର ପ୍ରଦର୍ଶନ କରିଥିଲେ।

- Advertisement -

ଖୋର୍ଦ୍ଧା ଜିଲାର ବିଭିନ୍ନ ବ୍ଲକ୍ରୁ କୃଷକ, ମତ୍ସ୍ୟଚାଷୀ, ମହିଳା କୃଷିଜୀବି, ଯୁବକ, ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଏଫ୍ପିଓ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ବିଜ୍ଞାନ କେନ୍ଦ୍ରର କୃଷି ଅଧିକାରୀ ଏବଂ କୃଷିକ୍ଷେତ୍ରରେ କାର୍ଯ୍ୟ କରୁଥିବା ଘରୋଇ ସଂସ୍ଥାର ଅଧିକାରୀଙ୍କ ସହ ଭାବ ବିନିମୟ କରି ସେମାନଙ୍କର ବିଭିନ୍ନ କୃଷି ସମସ୍ୟାର ସମାଧାନ ସଂପର୍କରେ ପରାମର୍ଶ ନେଇଥିଲେ। କୃଷି କ୍ଷେତ୍ରର ମୃତ୍ତିକା ପରୀକ୍ଷା, ଜୈବିକ କୃଷି, ଜଳବାୟୁ ଅନୁଯାୟୀ କୃଷି, କୃଷିକ୍ଷେତ୍ରରେ ବିଭିନ୍ନ ଯନ୍ତ୍ରପାତିର ବ୍ୟବହାର, ସମନ୍ୱିତ କୃଷି ଉପରେ କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀମାନେ ଗୁରୁତ୍ୱ ଦେବା ସହ ବିଭିନ୍ନ ପରାମର୍ଶ ଦେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories