www.samajalive.in
Tuesday, December 9, 2025
16.1 C
Bhubaneswar

ଟାଟା ମୋଟର୍ସ ପକ୍ଷରୁ ମେକାନିକ ପ୍ରଶିକ୍ଷଣ ଶିବିର

ପିପିଲି:ଦେଶର ଅଗ୍ରଣୀ ଯାନବାହନ ନିର୍ମାତା ଟାଟା ମୋଟର୍ସ ପକ୍ଷରୁ ପିପିଲିର ପପୁଲାର ଅଟୋୱାର୍କସ ପରିସରରେ ଏକ ମେକାନିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ପ୍ରଦର୍ଶନ ପାଇଁ ଉଦ୍ଦିଷ୍ଟ ଇଞ୍ଜିନ୍ ଓ ତାଲିମ ସଂପର୍କୀତ ସମସ୍ତ ଉପକରଣ ଥିବା ଟାଟା ମୋବାଇଲ ଟ୍ରେନିଙ୍ଗ ଭ୍ୟାନ ଜରିଆରେ ଇଞ୍ଜିନିୟର ସନ୍ତୋଷ ପ୍ରଧାନ ମେକାନିକ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।

ଟାଟା ମୋଟର୍ସର ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ସେନ୍ସର ବ୍ୟବସ୍ଥା ଥାଇ ଗାଡି ନିର୍ମାଣ କରାଯାଉଥିବାରୁ ଏହା ଉପରେ ମେକାନିକମାନେ ସଚେତନ ହେବା ଓ ଜାଣିବା ଜରୁରୀ ବୋଲି ସେ ମତବ୍ୟକ୍ତ କରିବା ସହ ମେକାନିକମାନଙ୍କୁ ବିଭିନ୍ନ ସେନ୍ସରର କାର୍ଯ୍ୟକାରିତା ଉପରେ ବିଷଦ ଭାବେ ବୁଝାଇଥିଲେ। ନିୟମିତ ରକ୍ଷଣାବେକ୍ଷଣ ଦ୍ୱାରା ଗାଡିରୁ ଧୂଆଁ ବାହାରିବା କମିବା ସହ ବାୟୁମଣ୍ଡଳ ପ୍ରଦୂଷିତ ହେବ ନାହିଁ ବୋଲି ସେ କହିଥିଲେ।

- Advertisement -

ଏହି ଶିବିରରେ ପପୁଲାଇ ଅଟୋଓାର୍କସର ମାଲିକ ତଥା ଚିଫ୍ ମେକାନିକ ପ୍ରଦୀପ୍ତ ପଟ୍ଟାୟତ, ସହକାରୀ ମେକାନିକ ବାବୁ ମୁଦୁଲି, ଶିବ ବରାଳ, ଶାନ୍ତନୁ ସିଂ, ସଂଜୟ ପ୍ରଧାନଙ୍କ ସମେତ ଅନ୍ୟ ମେକାନିକ ମାନେ ଉପସ୍ଥିତ ଥିବା ବେଳେ ଗାଡି ଚାଳକ ଓ ମାଲିକମାନେ ଉପସ୍ଥିତ ରହି ଗାଡିର ରକ୍ଷଣାବେକ୍ଷଣ ସଂପର୍କରେ ସଚେତନ ହୋଇଥିଲେ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories