ପିପିଲିରେ ରାଷ୍ଟ୍ରୀୟ ଏକତା ପଦଯାତ୍ରା
ପିପିଲି:ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପିପିଲିର ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ଓ ନେହେରୁ ଯୁବକେନ୍ଦ୍ର ପୁରୀର ମିଳିତ ଆନୁକୂଲ୍ୟରେ ରବିବାର ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପିପିଲିରେ ରାଷ୍ଟ୍ରୀୟ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଜାଗୃତି ସାଂସ୍କୃତିକ ଯୁବ ସଂଗଠନର ସଭାପତି ସମାଜସେବୀ ପ୍ରଭାତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସଙ୍କଟମୋଚନ ହନୁମାନଙ୍କ ମନ୍ଦିର ସମ୍ମୁଖରୁ ଏହି ପଦଯାତ୍ରା ବାହାରି ଚାନ୍ଦୁଆବଜାର, ଥାନାଛକ ଓ ହାଟଛକ ଦେଇ କୋର୍ଟଛକ ପର୍ଯ୍ୟନ୍ତ ଯାଇଥିଲା। ଏହାକୁ ପିପିଲିର ବିଡିଓ ରଶ୍ମିତା ନାଥ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ପୁରୀର ସଂଯୋଜକ ଜୟଶଙ୍କର ଯୋଶୀ, ସଂଗଠନର ସଂପାଦକ ବିଭୂନି ଚନ୍ଦ୍ର ସାମନ୍ତରାୟ, ଇଂ.ରମେଶ ଚନ୍ଦ୍ର ଶତପଥି, ପିପିଲି କଲେଜର ଏନ୍ସିସି ଅଧ୍ୟାପକ ଆଦିତ୍ୟ ପ୍ରସାଦ ରଥ, ସଂଗୀତ ଅଧ୍ୟାପକ ଡ଼ଃ ସଚ୍ଚିକାନ୍ତ ନାୟକ, ସମାଜସେବୀ ପ୍ରଫୁଲ୍ଲ କୁମାର ସାହୁ, ସାମ୍ବାଦିକ ମନୋରଞ୍ଜନ ମହାପାତ୍ର, ବାପୁ ବେହେରା, ଜୀବନଜୟ ରାଉତରାୟ ପ୍ରମୁଖ ଯୋଗଦେଇ ସର୍ଦ୍ଦାର ପଟେଲଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିବା ସହ ରାଷ୍ଟ୍ରୀୟ ଏକତା ଦିବସ ପାଳନର ଅଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ସମେତ ଦିଶା ଉନ୍ଷ୍ଟିଚ୍ୟୁଟ୍ର ଛାତ୍ରଛାତ୍ରୀ, ବିଭିନ୍ନ ଯୁବ ସଂଗଠନର କର୍ମକର୍ତ୍ତାଙ୍କ ସମେତ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ।
Comments are closed.