www.samajalive.in
Sunday, December 7, 2025
18.1 C
Bhubaneswar

ନ୍ୟାୟ ପାଇଁ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଧଳ ପରିବାର

ପିପିଲି:ନ୍ୟାୟ ପାଇବା ପାଇଁ ଦୀର୍ଘ ୫ବର୍ଷ ଧରି ରାଜଧାନୀର ଗାନ୍ଧିମାର୍ଗରେ ଧାରଣା ଦେଇଥିବା ପିପିଲିର ସୁରଥ ଧଳଙ୍କ ପରିବାର ମଙ୍ଗଳବାର ଦିନ ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ନିଜ ପୈତୃକ ସଂପତ୍ତିକୁ ପାଇବା ଓ ପତ୍ନୀଙ୍କ ନାମରେ ଥିବା ଜମିରୁ ଜବରଦଖଲ ଉଚ୍ଛେଦ କରାଯିବା ଦାବିରେ କଣ୍ଟି ପଞ୍ଚାୟତ ଅନ୍ତର୍ଗତ ନିଜିଗଡକୁରୁଖି ଧଳସାହିର ବାସିନ୍ଦା ସୁରଥ ଧଳଙ୍କ ସମେତ ତାଙ୍କ ପତ୍ନୀ ସୁବାସିନୀ ଧଳ ନିଜର ତିନିପୁଅ ନାରାୟଣ ଧଳ, ଜନାର୍ଦ୍ଦନ ଧଳ, ମାନଗୋବିନ୍ଦ ଧଳ, ବୋହୁ ଲକ୍ଷ୍ମୀ ଧଳ ଓ ନାତିନାତୁଣୀଙ୍କୁ ସାଙ୍ଗରେ ଧରି ଧାରଣାରେ ବସିଥିବା ସୂଚନା ମିଳିଛି।
ମାନଗୋବିନ୍ଦଙ୍କ ଅଭିଯୋଗ ଅନୁଯାଇ, ତାଙ୍କ ବାପା ସୁରଥ ଧଳଙ୍କର ପୈତୃକ ସଂପତ୍ତି ବାବଦରେ ଥିବା ୬.୨୫ ଏକର ଜମିର ଭୋଗଦଖଲରୁ ସେମାନେ ବଞ୍ôଚତ ହୋଇଥିବା ବେଳେ ଉକ୍ତ ଜମିକୁ ଅନ୍ୟମାନେ ଦଖଲ କରିଛନ୍ତି। ସେହିପରି ତାଙ୍କ ମାଆ ସୁବାସିନୀ ଧଳଙ୍କ ନାମରେ ଥିବା ୧.୭୧ ଏକର ଜମିର ୭ଡିସିମିଲ ଅଞ୍ଚଳକୁ ଜବରଦଖଲ କରାଯାଇ ସେଠାରେ ୧୨ବଖରା ଘର ନିର୍ମାଣ କରାଯାଇଛି। ଏହାର ପ୍ରତିବାଦ କରିବାକୁ ତାଙ୍କ ପରିବାରକୁ ବିଭିନ୍ନ ସମୟରେ ଧମକ ଦିଆଯିବା ଦ୍ୱାରା ସେମାନେ ଜୀବନ ଭୟରେ ନିଜ ଭିଟାମାଟି ଛାଡି ବାହାରେ ରହୁଛନ୍ତି।

 

- Advertisement -

ଏଥିପାଇଁ ଭୟଭିତ ହୋଇ ତାଙ୍କ ଝିଆରି ଦ୍ୱୟ ମଧ୍ୟ ସ୍କୁଲକୁ ନଯାଇ ପାଠ ପଢିବାରୁ ବଞ୍ଚିତ ହୋଇଛନ୍ତି। ନ୍ୟାୟ ପାଇବା ପାଇଁ ଗତ ୨୦୧୭ ମସିହା ଜାନୁଆରୀ ୨୭ ତାରିଖରୁ ସେମାନେ ଭୁବନେଶ୍ୱରର ଗାନ୍ଧିମାର୍ଗରେ ପରିବାର ସହ ଧାରଣା ଦେଇ ଆସୁଥିବା ବେଳେ ଆଜି ଠାରୁ ପିପିଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ସହ ଧାରଣା ଦେଇଥିବା ମାନଗୋବିନ୍ଦ କହିଛନ୍ତି। ନ୍ୟାୟ ନମିଳିବା ଯାଏଁ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ସୁରଥଙ୍କ ପୈତୃକ ସଂପତ୍ତି ବାବଦ ୬.୨୫ ଏକର ଜମିକୁ ଫେରିପାଇବା, ସୁବାସିନୀ ଧଳଙ୍କ ନାମରେ ଥିବା ୧.୭୧ ଏକର ଜମିରୁ ଜବରଦଖଲ ଉଚ୍ଛେଦ କରାଯିବା ଓ ତାଙ୍କ ପରିବାରକୁ ଆବଶ୍ୟକ ସୁରକ୍ଷା ପ୍ରଦାନ କରାଯିବା ଦାବିରେ ଏହି ଧଳ ପରିବାର ଧାରଣାରେ ବସିଛନ୍ତି। ଏ ବାବଦରେ ପୂର୍ବରୁ ସେମାନେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଦାବି କରି ନିରାଶ ହୋଇଥିବା ମାନଗୋବିନ୍ଦ ସୂଚନା ଦେଇଛନ୍ତି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories