www.samajalive.in
Monday, December 15, 2025
24.1 C
Bhubaneswar

ବହୁଚର୍ଚ୍ଚିତ ଚିନ୍ମୟ ହତ୍ୟାକାଣ୍ଡ ମାମଲା : ଅଭିଯୁକ୍ତ ତୋଫାନକୁ କୋର୍ଟ ଚାଲାଣ

ପିପିଲି : ବହୁଚର୍ଚ୍ଚିତ ପିପିଲି ଥାନା ଜାଗୁଳିଆପଡା ବାରମାଣପାଟଣା ଗ୍ରାମର ଯୁବ ବ୍ୟବସାୟୀ ଚିନ୍ମୟ ସାହୁ (୨୦) ଓରଫ୍‍ ବବଲୁ ହତ୍ୟାକାଣ୍ଡ ମାମଲାରେ ଫେରାର୍‍ ଅଭିଯୁକ୍ତ ତୋଫାନ ବେହେରା(୨୯)କୁ ପିପିଲି ପୁଲିସ ଗିରଫ କରି ଆଜି ପିପିଲି କୋର୍ଟ ଚାଲାଣ କରିଛି। ତେବେ ଜାମିନ ଆବେଦନ ଖାରଜ ହୋଇଯିବାରୁ ଅଭିଯୁକ୍ତକୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ଏହା ପୂର୍ବରୁ ଏହି ମାମଲାରେ ଜଣେ ନାବାଳକ ସମେତ ମୋଟ୍‍ ୧୦ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ଫେରାର୍‍ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନ ଉପରେ ଚଢାଉ ଜାରି ରଖିଥିବା ସଂପର୍କରେ ଆଇଆଇସି ଶରତ କୁମାର ସାହୁ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ୨୦୧୭ ମସିହା ମଇ ୨୮ ତାରିଖ ରବିବାର ରାତି ୧୧ଟାରେ ଚିନ୍ମୟ ବାଇକ ଯୋଗେ ନିଜ ଦାଦା କୈଳାଶ ଚନ୍ଦ୍ର ସାହୁଙ୍କ ସହ ଘରକୁ ଫେରୁଥିବା ସମୟରେ ଉତ୍ତରା ବଜାର ନିକଟ କେନାଲବନ୍ଧ ରାସ୍ତାର ଏକ ନିଛାଟିଆ ସ୍ଥାନରେ ୧୫ରୁ ଉର୍ଦ୍ଧ ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ର ଦ୍ୱାରା ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ମୁର୍ମୁଷ ଅବସ୍ଥାରେ ତାଙ୍କୁ ପ୍ରଥମେ ବାଳକାଟି ଡାକ୍ତରଖାନା ଓ ପରେ କ୍ୟାପିଟାଲ୍‍ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories