www.samajalive.in
Monday, December 15, 2025
17.1 C
Bhubaneswar

ଆରମ୍ଭ ହେଲା ‘ସମାଜ’ ଶତବାର୍ଷିକୀ ସାଂସ୍କୃତିକ ସମାରୋହ

କଟକ : ‘ସମାଜ’ର ଶତବାର୍ଷିକୀ ପାଳନ ଅବସରରେ ଭାରତୀୟ ଲୋକ ସଂସ୍କୃତି ଓ ଲୋକସଂଗୀତକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ‘ଲୋକସେବକ ମଣ୍ଡଳ ଓ ‘ସମାଜ’ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀକ୍ଷେତ୍ର ପୁରୀ ଠାରେ ୩ ଦିନିଆ ‘ଶତାବ୍ଦୀ ସାଂସ୍କୃତିକ ଉତ୍ସବ’ର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ରୂପରେଖ ଦେଇଛନ୍ତି  ଲୋକସେବକ ମଣ୍ଡଳର ସଭାପତି ଓ ସମାଜ ପରିଚାଳନା ମଣ୍ଡଳୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୀପକ ମାଲବ୍ୟ। ପୁରୀ ଠାରେ ଆୟୋଜିତ ହୋଇଥିବା ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଠ କଳାକାର ଡ଼ ଗିରିଧର ଗମାଙ୍ଗ। ସେହିପରି ସ୍ଥାନୀୟ ପୁରୀ ବିଧାୟକ ଜୟନ୍ତ ଷନଙ୍ଗୀ, ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ସମାଜର ପ୍ରକାଶକ ମୁଦ୍ରାକାର ଶ୍ରୀଯୁକ୍ତ ନିରଞ୍ଜନ ରଥ, ସମାଜ ପରିଚାଳନା ମଣ୍ଡଳୀ କୋଷାଧକ୍ଷ ଭୀମସେନ ଯାଦବ, ଲୋକସେବକ ମଣ୍ଡଳର ବରିଷ୍ଠ ସଦସ୍ୟ ତଥା ଦିଲ୍ଲୀ ଶାଖାର ସଭାପତି ଅଧ୍ୟକ୍ଷ ରାଜକୁମାର, ସମାଜର କାର୍ୟ୍ୟକାରୀ ସମ୍ପାଦକ ସୁଶାନ୍ତ ମହାନ୍ତି ଏବଂ ସମାଜର ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ ପ୍ରିୟବ୍ରତ ମହାନ୍ତି କାର୍ଯ୍ୟକ୍ରମରେ ମଞ୍ଚାଶୀନ ଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଠ କଳାକାର ଡ଼ ଗିରିଧର ଗମାଙ୍ଗ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ଡ଼ ଗିରିଧର ଗମାଙ୍ଗଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ପରବର୍ତ୍ତି ସମୟରେ କଟକ ଲଜପତ ରାୟ ଡିଏଭି ସ୍କୁଲର ଛାତ୍ରଛାତ୍ରୀମାନେ ମଞ୍ଚକୁ ଆସି ସ୍ବାଗତ ସଂଗିତ ପରିବେଷଣ କରିଥିଲେ। ସଂଗିତ ପରିବେଷଣ ପରେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ସମାଜର ପ୍ରକାଶକ ମୁଦ୍ରାକାର ଶ୍ରୀଯୁକ୍ତ ନିରଞ୍ଜନ ରଥ ଆସି ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ସାଂରାଂଶକୁ ନେଇ କହିଥିଲେ ‘ସମାଜ’ର ସାଧାରଣ ପରିଚାଳକ ଶ୍ରୀଯୁକ୍ତ ପ୍ରିୟବ୍ରତ ମହାନ୍ତି।

- Advertisement -

କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସ୍ଥାନୀୟ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ତାଙ୍କର ଅଭିଭାଷଣରେ କହିଥିଲେ ଯେ,  ସମାଜ ଏକମାତ୍ର ଖବରକାଗଜ ଯିଏକି ନିର୍ଭିକ ଓ ନିରପେକ୍ଷତା ଅବଲମ୍ବନ କରେ। ସମାଜ ଗଢା କ୍ଷେତ୍ରରେ ସମାଜ ଖବରକାଗଜର ଗୁରୁ ଦାୟିତ୍ବ ରହିଥିବା ସହିତ ସମାଜ ଆହୁରି ଆଗକୁ ବଢିବା ପାଇଁ କହିଥିଲେ। ସେହିପରି ଡ଼. ଗିରିଧର ଗମାଙ୍ଗ କହିଥିଲେ, ଅଜିର କାର୍ଯ୍ୟକ୍ରମରେ ମୋତେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରିଥିବାରୁ ମୁଁ ନିଜକୁ ଭାଗ୍ୟ ମନେ କରୁଛି। ପୁରୀରେ ଏଭଳି କାର୍ୟ୍ରକ୍ରମରେ ଆବଶ୍ୟକତା ରହିଥିଲା। ଏ ଉତ୍ସବ ଏକ ନିଆରା ଉତ୍ସବ। ଏହା ଦ୍ବାରା ଲୋକ କଳା ପରିବେଷଣ କରିବାକୁ ଆସିଥିବା ଲୋକମାନଙ୍କ ଉପରେ ପ୍ରଭାବ ପଡ଼ିବ ବୋଲି ଶ୍ରୀଯୁକ୍ତ ଷଡଙ୍ଗୀ କହିଥିଲେ। ସେ ଆହୁରି କହିଥିଲେ. ମୋତେ ରାଜନେତା ନୁହେଁ ବରଂ ଜଣେ କଳାକାର ହିସାବରେ ଏଠାକୁ ଆମନ୍ତ୍ରଣ କରିଥିବାରୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି। ଏହାପରେ ଲୋକସେବକ ମଣ୍ଡଳର ସଭାପତି ଓ ସମାଜ ପରିଚାଳନା ମଣ୍ଡଳୀ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୀପକ ମାଲବ୍ୟ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗମାଙ୍ଗଙ୍କୁ ରୂପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ଏବଂ ସମାଜ ପରିଚାଳନା ମଣ୍ଡଳୀ କୋଷାଧକ୍ଷ ଭୀମସେନ ଯାଦବ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ରୂପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ପୁରୀଠାରେ ଆୟୋଜିତ ହୋଇଥିବା ଆଜିର ଏହି କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶର ନୃତ୍ୟଜ୍ୟୋତି ଫାଇନ ଆଟ୍ସ ଡେଭଲପମେଣ୍ଟ ଆସୋସିଏସନ୍ ଗୁଜରାଟର ସଂସ୍କୃତି ପରଫରମିଂ ଆଟ୍ସ ଓଡ଼ିଶା ମୟୁରଭଞ୍ଜ ଜିଲାର ରାୟରଙ୍ଗପୁରରୁ ଆସିଥିବା ବାମନ ଘାଟି ଛଉ ନୃତ୍ୟ ପରିଷଦ, କଳାହାଣ୍ଡିର ମହାବୀର ସାଂସ୍କୃତିକ ଅନୁଷ୍ଠାନ ଓ ବରଗଡ଼ର ଆର୍ଟ ରିସର୍ଚ ଇନଷ୍ଟିଚ୍ୟୁଟର କଳାକାରମାନେ ଲୋକ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ।

ଆଜି ଠାରୁ ଆରମ୍ଭ ହୋଇଥିବା ଏହି ସାଂସ୍କୃତିକ ଉତ୍ସବ ତିନି ଦିନ ଧରି ଆୟୋଜିତ ହେବ। ଆସନ୍ତାକାଲି ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକର ଉପର ବାଲିଯାତ୍ରା ପଡିଆରେ ସନ୍ଧ୍ୟା ୬ଟା ସମୟରେ ସଂସ୍କୃତିଭିତ୍ତିକ ଆଲୋଚନା ଏବଂ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜିତ ହେବାକୁ ଥିବା ବେଳେ ତୃତୀୟ ଦିନ ଗୁରୁବାର ପୂର୍ବାହ୍ନ ୧୦.୩୦ ମିନିଟ୍‌ରେ ଭଞ୍ଜକଳା ମଣ୍ଡପ ନିକଟ ସଂସ୍କୃତି ଭବନ ସଭାଗୃହରେ ‘ସମାଜ ସମ୍ମେଳନ’ରେ ‘ଜାତୀୟ ଏକତା ଓ ଅଖଣ୍ଡତାରେ କଳାକାରଙ୍କ ଭୂମିକା’ ଶୀର୍ଷକ ଆଲୋଚନାଚକ୍ର ଆୟୋଜନ ହେବାକୁ ଥିବାବେଳେ ସନ୍ଧ୍ୟା ୬ଟାରେ ଉତ୍କଳ ମଣ୍ଡପରେ ସାଂସ୍କୃତିକ ଆଲୋଚନା ଓ ସଂସ୍କୃତିକ କାର୍ୟ୍ୟକ୍ରମ କରାଯିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories