www.samajalive.in
Sunday, December 14, 2025
17.1 C
Bhubaneswar

ପ୍ରକୃତି ଠାରୁ ମଣିଷ ଅନେକ କିଛି ଶିକ୍ଷା ଲାଭ କରେ:ରାଜ୍ୟପାଳ

ପିପିଲି: ଶିକ୍ଷା ହିଁ ମଣିଷକୁ ମଣିଷତ୍ୱ ସହ ପରିଚିତ କରାଏ। ମଣିଷକୁ ଆଗକୁ ବଢିବାରେ ମାର୍ଗଦର୍ଶକ ସାଜେ ଓ ମଣିଷର ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ କରାଏ। ସମଗ୍ର ବ୍ରହ୍ମାଣ୍ଡ ଏକ ଶିକ୍ଷାକେନ୍ଦ୍ର। ପ୍ରକୃତି ଠାରୁ ମଣିଷ ଅନେକ କିଛି ଶିକ୍ଷା ଲାଭ କରେ। ତେଣୁ ପିଲାମାନଙ୍କୁ ପ୍ରତିଦିନ ପ୍ରକୃତି ସହ କିଛି ସମୟ ବିତାଇବାକୁ ସୁଯୋଗ ଦିଆଯିବା ଅତ୍ୟନ୍ତ ଜରୁରୀ। ଯାହାଦ୍ୱାରା ସେମାନେ ପ୍ରକୃତି ପ୍ରତି ସମ୍ବେଦନଶୀଳ ହେବେ ଓ ପ୍ରକୃତିର ସଦଗୁଣ ସେମାନଙ୍କୁ ଉତ୍ତମ ଚରିତ୍ରବାନ୍ , ସଦଗୁଣ ସମ୍ପନ୍ନ ଭଲମଣିଷ ଭାବେ ଗଢି ତୋଳିବାରେ ସହାୟକ ହେବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରକାଶ କରିଛନ୍ତି।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ୧୯୧୯ ମସିହା ଜୁଲାଇ ୨୩ରେ ପ୍ରତିଷ୍ଠିତ ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲର ଶତବାର୍ଷିକ ଉତ୍ସବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରବିବାର ଉଦଘାଟନ କରିଛନ୍ତି। ଏହି ଅବସରରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ଶତାବ୍ଦୀ ସମାରୋହରେ ରାଜ୍ୟପାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ପୂଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ କରିବା ସହ  ବିଭିନ୍ନ ଗଳ୍ପ ଓ ଉଦାହରଣ ମାଧ୍ୟମରେ  ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପଦେଶ ଦେଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ପ୍ରକୃତି ସହ ଅଧିକରୁ ଅଧିକ ସମୟ ବିତାଇବା ଦ୍ୱାରା ଅନେକ ସଦ୍ଗୁଣ ପ୍ରାପ୍ତ ହୋଇଥାଏ। ଏହା ଦ୍ୱାରା ସେମାନଙ୍କ ମାନବିକ ମୂଲ୍ୟବୋଧର ପରିପ୍ରକାଶ ହେବା ସହ ସେମାନେ ସମାଜରେ ଉକୃଷ୍ଠତା ଲାଭ କରିପାରିବେ। ଫଳରେ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇପାରିବ। ଆମେ ସମସ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସନ୍ତାନ, କାହାର ଗୋଲାମ ନୁହେଁ। ମଣିଷର ବିଚାର ଉପରେ କେବେବି ପ୍ରତିବନ୍ଧକ ଲାଗିବା ଉଚିତ୍ ନୁହେଁ। ଆମ ଦେଶ ଭାରତକୁ ସମଗ୍ର ପୃଥିବୀରେ ଭାରତମାତା କୁହାଯାଏ ବୋଲି ରାଜ୍ୟପାଳ ପ୍ରକାଶ କରିବା ସହ ଭାରତର ଏକତା ଓ ଅଖଣ୍ଡତା ସଂପର୍କରେ ଆଲୋକପାତ କରିଥିଲେ। ଭଗବାନଙ୍କ ସୃଷ୍ଟିକୁ ସର୍ବଦା ବିକାଶ କ୍ଷେତ୍ରରେ ଉପଯୋଗ କରାଯିବା ଉଚିତ୍ ବୋଲି ରାଜ୍ୟପାଳ କରିଥିଲେ। ସୂର୍ୟ୍ୟଙ୍କ ଭଳି ଚମକିବାକୁ ହେଲେ ସୂର୍ୟ୍ୟଙ୍କ ଭଳି ଜଳିବାକୁ ହେବ ବୋଲି ସେ ପ୍ରକାଶ କରିବା ସହ କୌଣସି ପରିସ୍ଥିତିରେ ନିଜକୁ ଏକୁଟିଆ ମନେ ନକରି ସବୁବେଳେ ପ୍ରକୃତି ସହ ସଂପର୍କ ନିବିଡ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

- Advertisement -

ଅନ୍ୟତମ ଅତିଥି ଭାବେ ଓପିଏସ୍ସି ର ପ୍ରାକ୍ତନ ଚେୟାରମ୍ୟାନ୍ ପ୍ରଫେସର ଡ଼ଃ ସତ୍ୟକାମ ମିଶ୍ର ଓ ଅବସରପ୍ରାପ୍ତ ଆଇଏଏସ୍ ଡ଼ଃ ଅଲେଖ ଚନ୍ଦ୍ର ପଢିଆରୀ ପ୍ରମୁଖ ଯୋଗଦେଇ ଶିକ୍ଷାର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିବା ସହ ବିଦ୍ୟାଳୟର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁଙ୍କ ସ୍ମୃତିଚାରଣ କରିଥିଲେ। ସାମାଜିକ ସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଶିକ୍ଷାନୀତି ପ୍ରଣୟନ କରାଯିବା ଉଚିତ୍ ଓ ସ୍କୁଲ ଶିକ୍ଷାରେ ନୀତିଶିକ୍ଷା, କୃଷି ଶିକ୍ଷା, ଧନ୍ଦାମୂଳକ ଶିକ୍ଷା ଓ ଶିଶୁ ସଂସ୍କାର ଆଦିର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଶତବାର୍ଷିକୀ ବିଶେଷାଙ୍କକୁ ରାଜ୍ୟପାଳ ଉନ୍ମୋଚନ କରିବା ସହ ବିଦ୍ୟାଳୟର ୭ଜଣ ପ୍ରାକ୍ତନ ଶିକ୍ଷକ, କର୍ମଚାରୀ ଓ ମେଧାବୀ ଛାତ୍ରଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସଂବର୍ଦ୍ଧିତ କରିଥିଲେ।

ପୁରାତନ ଛାତ୍ର ସଂସଦର ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନଶିକ୍ଷକ ପ୍ରଭାସ ଚନ୍ଦ୍ର ମିଶ୍ର ବିବରଣୀ ପାଠ କରିଥିଲେ। ପୁରାତନ ଛାତ୍ର ସଂସଦର ସଭାପତି ଶିକ୍ଷାବିତ୍ ଶରତ କୁମାର ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ପୁରାତନ ଛାତ୍ର ସୁଦର୍ଶନ ମିଶ୍ର ଓ ଶିକ୍ଷାବିତ୍ ଅର୍ଜ୍ଜନ ଘଡେଇ ସଭାକାର୍ୟ୍ୟକୁ ପରିଚାଳନା କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ଥିବା ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟପାଳ ମାଲ୍ୟାର୍ପଣ କରିବା ସହ ଶତବାର୍ଷିକ ସ୍ମୃତିସ୍ତମ୍ଭକୁ ଲୋକାର୍ପଣ କରିଥିଲେ। ପ୍ରତ୍ୟୁଷରେ ବିଦ୍ୟାଳୟର ପୁରାତନ ଛାତ୍ରମାନେ ସୁଆଣ୍ଡୋ ଗ୍ରାମକୁ ଯାଇ ସେଠାରେ ପୂଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସେଠାରୁ ଗୋପବନ୍ଧୁ ଜ୍ୟୋତିକୁ ଏକ ଶୋଭାଯାତ୍ରାରେ ଆଣି ସମଗ୍ର ଦାଣ୍ଡମୁକୁନ୍ଦପୁର ଅଞ୍ଚଳ ପରିକ୍ରମା କରିଥିଲେ। ବିଦ୍ୟାଳୟ ପରିସରରେ ଗୋପବନ୍ଧୁ ଜ୍ୟୋତି ପହଞ୍ଚିବା ପରେ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଜ୍ୟୋତିକୁ ଦର୍ଶନ କରିବା ସହ ସ୍କୁଲକୁ ପାଛୋଟି ନେଇଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories