www.samajalive.in
Friday, December 5, 2025
17.1 C
Bhubaneswar

ପିପିଲିରେ ଷଷ୍ଠ ବିଶ୍ୱକର୍ମା ମହୋତ୍ସବ ଉଦ୍‍ଘାଟିତ

ପିପିଲି :ପିପିଲିର ସିଦ୍ଧେଶ୍ବର ଦେବ ରାଜମିସ୍ତ୍ରୀ ସଂଘ ପକ୍ଷରୁ ସ୍ଥାନୀୟ କଲେଜ ଛକ ଠାରେ ଦୁଇଦିନିଆ ଷଷ୍ଠ ବିଶ୍ୱକର୍ମା ମହୋତ୍ସବ-୨୦୧୮ ସୋମବାର ସଂନ୍ଧ୍ୟାରେ ମହାସମାରୋହରେ ଉଦ୍‍ଘାଟିତ ହୋଇଯାଇଛି। ଏହି ଅବସରରେ ୧୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସିଦ୍ଧେଶ୍ବର ଦେବ ରାଜମିସ୍ତ୍ରୀ ସଂଘର ସଭାପତି ମହେନ୍ଦ୍ର କୁମାର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ପିପିଲି ଥାନାର ଆଇଆଇସି ଶରତ କୁମାର ସାହୁ, ମୁଖ୍ୟବକ୍ତା ଭାବେ ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ଅନ୍ୟତମ ଅତିଥି ଭାବେ ପିପିଲିର ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ନାୟକ, ଯୁବ ସମାଜସେବୀ ଶଶାଙ୍କ ଶେଖର ମହାନ୍ତି, ଓସିଏଲ୍‍ କଂପାନୀର ଅଧିକାରୀ ତୁଷାରକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଦେଶର ନିର୍ମାଣ କ୍ଷେତ୍ରରେ ରାଜମିସ୍ତ୍ରୀଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ସେମାନଙ୍କୁ ଆଧୁନିକ ଯୁଗର ବିଶ୍ୱକର୍ମା ରୂପେ ବର୍ଣ୍ଣନା କରିଥିଲେ। ମହୋତ୍ସବ ମାଧ୍ୟମରେ ଅଞ୍ଚଳର କଳା, ସଂସ୍କୃତି ଓ ଭାଇଚାରା ଉଜ୍ଜିବିତ ହୁଏ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ରାଜମିସ୍ତ୍ରୀଙ୍କ ସାମାଜିକ ସୁରକ୍ଷା, ଆର୍ଥିକ ଅଭିବୃଦ୍ଧି, ସମ୍ମାନ ଓ ଏକତା ପାଇଁ ସଂଘ ସର୍ବଦା ଉଦ୍ୟମ ଜାରି ରଖିଥିବା ସମ୍ପର୍କରେ ସଂଘର ସଭାପତି ଶ୍ରୀମାଝୀ ପ୍ରକାଶ କରିଥିଲେ। ସଂପାଦକ ବିନୋଦ କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ସଦସ୍ୟ ବ୍ରଜକିଶୋର ପ୍ରଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଗତ ମାଟ୍ରିକ ପରୀକ୍ଷାରେ ପିପିଲି ବ୍ଲକର ୧୦ଟି ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା। ମୃତ୍ୟୁବରଣ କରିଥିବା ରାଜମିସ୍ତ୍ରୀ ସ୍ୱର୍ଗତ କୈଳାଶ ପ୍ରଧାନ (ହସନପୁର) ଓ ସ୍ୱର୍ଗତ ତଫିକ ଅଲ୍ଲୀ ସା (ନରସିଂହପୁର)ଙ୍କୁ ମରଣୋତ୍ତର ପିପିଲି ରାଜମିସ୍ତ୍ରୀ ଗୌରବ ସମ୍ମାନ-୨୦୧୮ ପ୍ରଦାନ କରାଯିବା ସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଶେଷରେ ଶ୍ରୀମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories