www.samajalive.in
Sunday, December 7, 2025
23.1 C
Bhubaneswar

କ୍ରୀଡାରତ୍ନ ପାଇଁ କୋହଲି ଏବଂ ମିରାବାଇଙ୍କ ନାମ ସୁପାରିସ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଭାର ଉତ୍ତୋଳନକାରୀ ମିରାବାଇ ଚାନୁଙ୍କ ନାମ ଖେଳରତ୍ନ୍ନ ପାଇଁ ସୁପାରିସ କରାଯାଇଛି। ଏହା ସବୁଠାରୁ ବଡ କ୍ରୀଡା ପୁରସ୍କାର। ସୋମବାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ଏହି ଦୁଇ କ୍ରୀଡାବିତଙ୍କ ନାମ ସୁପାରିସ କରାଯାଇଛି।ଏହା ପୂର୍ବରୁ ୨୦୧୬ ମସିହାରେ ମଧ୍ୟ କୋହଲିଙ୍କ ନାମ ସୁପାରିସ କରାଯାଇଥିଲା। ପୁରସ୍କାର ଚୟନ ସମିତି ସହିତ ଜଡୀତ ଜଣେ ବ୍ୟକ୍ତି ୨୦୧୬ରେ କୋହଲିଙ୍କ ନାମ ସୁପାରିସ କରିଥିବା ପିଟିଆଇକୁ କହିଛନ୍ତି। କିନ୍ତୁ ସେତେବେଳେ ଚୟନ ସମିତ ତାହାକୁ କାର୍ଯ୍ୟକାରୀ କରି ନଥିଲା। ଏବେ କୋହଲି ଆଇସିସି ଟେଷ୍ଟ ର‍୍ୟାକିଂଗରେ ଏକ ନମ୍ବରରେ ରହିବା ସହିତ ଭଲ ଫର୍ମରେ ମଧ୍ୟ ଅଛନ୍ତି। ତେଣୁ ସେ ଏବେ ଏହି ପୁରସ୍କାର ପାଇବେ ବୋଲି ଅନୁମାନ କରାଯାଉଛି। ଯଦି କ୍ରୀଡାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଏହାକୁ ମଞ୍ଜୁର କରିଦିଅନ୍ତି ତେବେ ସେ ଏହି ପୁରସ୍କାର ପାଇବାରେ ଦେଶର ତୃତୀୟ କ୍ରିକେଟର ହେବେ। ଏହା ପୂର୍ବରୁ ଏହି ପୁରସ୍କାର କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର(୧୯୯୭), ପୂର୍ବ ଅଧିନାୟକ ମହେନ୍ଦର ସିଂହ ଧୋନି(୨୦୦୭) ମସିହାରେ ପାଇଥିଲେ।
କୋହଲିଙ୍କ ବ୍ୟତୀତ ପୂର୍ବବର୍ଷ ବିଶ୍ୱ ଚମ୍ପିଆନସିପ ୪୮କିଲୋଗ୍ରାମରେ ସ୍ୱର୍ଣ୍ଣପଦକ ଜିତିଥିବାରୁ ଏହି ପ୍ରତିଷ୍ଠିତ ପୁରସ୍କାର ପାଇଁ ମିରାବାଇଙ୍କ ନାମ ମଧ୍ୟ ସୁପାରିସ କରାଯାଇଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories