www.samajalive.in
Monday, December 8, 2025
27.1 C
Bhubaneswar

ୟେମେନରେ ଆମେରିକାର ଆକ୍ରମଣ, ୨୦ ନିହତ

ସମାଜ ଡିଜିଟାଲ ଡେସ୍କ: ୟେମନରେ ହୁତି ବିଦ୍ରୋହୀଙ୍କ ଉପରେ ଆମେରିକା ଆକ୍ରମଣ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦେଶକ୍ରମେ ଆମେରିକା ସେନା ପକ୍ଷରୁ ୟେମେନରେ ହୁତି ବିଦ୍ରୋହୀମାନେ ଆଡ୍ଡା ଜମାଇଥିବା ଅଞ୍ଚଳରେ ଏୟାରଷ୍ଟ୍ରାଇକ କରାଯାଇଛି। ଏଥିରେ ୨୦ ଜଣ ନିହତ ହୋଇଥିବା ଜଣାପଡ଼ିଛି। ତେବେ ନିହତଙ୍କ ମଧ୍ୟରେ ୧୫ ଜଣ ସାଧାରଣ ନାଗରିକ ରହିଥିବା ହୁତି ପକ୍ଷରୁ ଅଭିଯୋଗ କରାଯାଇଛି।

ଆତଙ୍କବାଦୀ ସଂଗଠନ ହୁତିର ବିଦ୍ରୋହୀମାନେ ଲୋହିତ ସାଗରରେ ମାଲବାହୀ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରି ସେଗୁଡ଼ିକୁ ଲୁଟ୍‌ପାଟ କରିଆସୁଛନ୍ତି। ତା’ ସହିତ ଇସ୍ରାଏଲ ଉପରେ ବି ହୁତି ସଂଗଠନ ଆକ୍ରମଣ ଚଳାଇଛି। ୟେମେନର କିଛି ଅଞ୍ଚଳକୁ କବଜା କରି ଏହି ସଂଗଠନ ଆତଙ୍କବାଦ କାର୍ଯ୍ୟକଳାପ ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ଟ୍ରମ୍ପ ପ୍ରଶାସନ ପକ୍ଷରୁ ହୁତି ବିଦ୍ରୋହୀଙ୍କୁ ନିପାତ କରିବା ଲାଗି ସେନାକୁ ଆଦେଶ ଦିଆଯାଇଛି। ଏହା ପରେ ଆମେରିକା ସେନା ପକ୍ଷରୁ ହୁତି ବିଦ୍ରୋହୀ ରହୁଥିବା ଅଞ୍ଚଳରେ ଆକ୍ରମଣ କରାଯାଇଛି। ଅନ୍ୟପଟେ ଆମେରିକାର ଏହି ଆକ୍ରମଣର ଉଚିତ ଜବାବ ଦିଆଯିବ ବୋଲି ହୁତି ପକ୍ଷରୁ ଚେତାବନୀ ଦିଆଯାଇଛି।

- Advertisement -

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories