www.samajalive.in
Saturday, December 6, 2025
16.1 C
Bhubaneswar

ଭିଜିଲାନ୍ସ ଜାଲରେ ସମବାୟ ବ୍ୟାଙ୍କ ସହକାରୀ ପରିଚାଳକ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ ଲ୍ୟାମ୍ପ୍ସର ସୁପରଭାଇଜର ତଥା ହେମଗିର ସମବାୟ ବ୍ୟାଙ୍କର ସହକାରୀ ପରିଚାଳକ ତପନ କୁମାର ପ୍ରଧାନ କେତେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ମଞ୍ଜୁର କରିବାକୁ ନେଇ ୭ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ ମଧ୍ୟ ଶ୍ରୀ ପ୍ରଧାନ ବହୁଥର ଲାଞ୍ଚ ନେଇଛନ୍ତି ବୋଲି ଅଭିଯୋଗକାରୀ ଗୋପାଳପୁର ଲ୍ୟାମ୍ପ୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରବଣ କୁମାର ଗର୍ଡ଼ିଆ ଅଭିଯୋଗ କରିଛନ୍ତି। ବିଭାଗୀୟ ସୂତ୍ରରୁ ପ୍ରକାଶ, ଲ୍ୟାମ୍ପ୍ସ ସୁପରଭାଇଜର ତଥା ହେମଗିର ସମବାୟ ବ୍ୟାଙ୍କର ସହକାରୀ ପରିଚାଳକ ସୋନାଲି ସ୍ୱୟଂ ସହାୟକ ଗୋଷ୍ଠୀ ଓ ଲକ୍ଷ୍ମୀ ଜଏଣ୍ଡେ ଲାଇବିଲିଟି ଗ୍ରୁପର ୨ଟି ଋଣ ମଞ୍ଜୁରି ଫାଇଲ ଅନୁମୋଦନ କରିବା ପାଇଁ ଗୋପାଳପୁର ଲ୍ୟାମ୍ପ୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରବଣ କୁମାର ଗର୍ଡ଼ିଆଙ୍କଠାରୁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ଏସ.ପିଙ୍କ ନିର୍ଦ୍ଦେଶରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଦଳ ତାଙ୍କୁ କାବୁ କରିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲେ। ପରେ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ କରାଯାଇଥିଲେ ମଧ୍ୟ ସବିଶେଷ ତଥ୍ୟ ଆମର ହସ୍ତଗତ ହୋଇପାରି ନାହିଁ। ଶ୍ରୀ ପ୍ରଧାନ ବିଭିନ୍ନ ଆଳ ଦେଖାଇ ବ୍ୟାଙ୍କରେ ଲ୍ୟାମ୍ପ୍ସର ବିଭିନ୍ନ କାମକୁ ଅଟକ ରଖିବା ଓ ଲାଞ୍ଚ ନେବା ପାଇଁ ଫନ୍ଦି ବାହାର କରିବା ନୂଆକଥା ନୁହେଁ ବୋଲି ଅଭିଯୋଗକାରୀ ଗର୍ଡ଼ିଆ ଭିଜିଲାନ୍ସ ବିଭାଗ ଆଗରେ କହିଛନ୍ତି। ଶ୍ରୀ ପ୍ରଧାନଙ୍କ ଏଭଳି ହରକତରେ ସେ ମର୍ମାହତ ହୋଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ବୋଲି ଜଣାପଡ଼ିଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories