www.samajalive.in
Sunday, December 7, 2025
15.1 C
Bhubaneswar

ଶାସ୍ତ୍ରୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦରୁ ବହିଷ୍କାର ଦାବି

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ରେ ଭାରତୀୟ ଦଳ ୪-୧ରେ ପରାଜିତ ହେବା ପରେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟର୍‍ଙ୍କ ଠାରୁ ବେଶ୍‍ ସମାଲୋଚିତ ହୋଇଛନ୍ତି। ରବି ଶାସ୍ତ୍ରୀଙ୍କ ଭୁଲ୍‍ ରଣନୀତି ପାଇଁ ଭାରତୀୟ ଦଳ ଟେଷ୍ଟ ସିରିଜ୍‍ରେ ପରାସ୍ତ ହେଲା ବୋଲି ଚର୍ଚ୍ଚା ହେଉଛି। ଇତିମଧ୍ୟରେ ରବି ଶାସ୍ତ୍ରୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦରୁ ବହିଷ୍କାର କରିବାକୁ ଦାବି କରିଛନ୍ତି ପୂର୍ବତନ କ୍ରିକେଟର୍‍ ଚେତନ ଚୌହ୍ୱାନ।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଚେତନ କହିଥିଲେ ରବି ଶାସ୍ତ୍ରୀ ମୁଖ୍ୟ ପ୍ରଶିକ୍ଷକ ପଦରେ ରହିବାକୁ ଅଯୋଗ୍ୟ। ଭାରତର ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ତାଙ୍କୁ ସେହି ପଦରୁ ବହିଷ୍କାର କରାଯିବା ଉଚିତ୍‍। ଜଣେ ଭଲ ଭାଷ୍ୟକାର ଭାବେ ରବି ଶାସ୍ତ୍ରୀଙ୍କ ସୁନାମ ରହିଛି। ସେ ସେହି କାମ କରିବା ଉଚିତ୍‍। ଚେତନ ଆହୁରି କହିଥିଲେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ରେ ଭାରତୀୟ ଦଳ ଆହୁରି ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ଥିଲା। ତେବେ ରବି ଶାସ୍ତ୍ରୀଙ୍କ ଭୁଲ୍‍ ରଣନୀତି ଯୋଗୁଁ ଦଳ ସିରିଜ୍‍ ପରାଜୟ ବରଣ କଲା। ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟର୍‍ଙ୍କ ଦକ୍ଷତା ବୃଦ୍ଧି କରିବା ପରିବର୍ତ୍ତେ ଅଯଥା ବୟାନବାଜି କରୁଥିବା ଚେତନ ଅଭିଯୋଗ କରିଥିଲେ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପୂର୍ବ ଦଳମାନଙ୍କ ଅପେକ୍ଷା ଅଧିକ ସଫଳତା ପାଇଛି ବୋଲି କିଛିଦିନ ତଳେ ରବି ଶାସ୍ତ୍ରୀ ମନ୍ତବ୍ୟ ଦେଇଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଚେତନ। ୧୯୮୦ ମସିହାର ଭାରତୀୟ କ୍ରିକେଟ୍‍ ଦଳ ବିଦେଶ ମାଟିରେ ସର୍ବାଧିକ ସଫଳତା ପାଇଥିବା ସେ କହିଛନ୍ତି।
ଏସିଆ କପ୍‍ରେ ଭାରତୀୟ ଦଳର ପ୍ରଦର୍ଶନ କିପରି ରହିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଚେତନ କହିଥିଲେ ଦଳରେ ଯୁବ ଓ ଅଭିଜ୍ଞ ଖେଳାଳି ଥିବାରୁ ଏହି ଟୁର୍ଣ୍ଣାମେଣ୍ଟରେ ଦଳ ସଫଳତା ପାଇବା ଆଶା ଅଧିକ। ସୂଚନାଥାଉକି ଚେତନ ଭାରତ ତରଫରୁ ୪୦ଟି ଟେଷ୍ଟ ମ୍ୟାଚ୍‍ ଖେଳି ୨୦୮୪ ରନ୍‍ ସଂଗ୍ରହ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories