www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରସାରଣକାରୀ-ବିସିସିଆଇ ମୁହାଁମୁହିଁ

ନୂଆଦିଲ୍ଲୀ : ୟୁଏଇରେ ଖେଳାଯାଉଥିବା ଏସିଆ କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ କ୍ରିକେଟ୍‍ ଦଳର ଅଧିନାୟକ ବିରାଟ କୋହଲି ନ ଖେଳିବା ନେଇ ପ୍ରସାରଣକାରୀ ସଂସ୍ଥା ଷ୍ଟାର ଚ୍ୟାନେଲ୍‍ ଓ ବିସିସିଆଇ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି।
କୋହଲି ଏସିଆ କପ୍‍ରେ ନ ଖେଳିବା ଫଳରେ ପ୍ରସାରଣକାରୀ ସଂସ୍ଥା ଆର୍ଥିକ କ୍ଷତି ସହିବ ବୋଲି ଦର୍ଶାଇଛି। ଏ ସଂପର୍କରେ ଷ୍ଟାର ଚ୍ୟାନେଲ୍‍ର ଜନୈକ ଅଧିକାରୀ ଏସିଆନ୍‍ କ୍ରିକେଟ୍‍ କାଉନସିଲ୍‍କୁ ପତ୍ର ଲେଖିଛନ୍ତି। ବିସିସିଆଇ ପ୍ରସାରଣ ଅଧିକାର ଚୁକ୍ତିକୁ ସମ୍ମାନ ଦେବା ଉଚିତ୍‍ ବୋଲି ପତ୍ରରେ ଦର୍ଶାଯାଇଛି। ଏସିଆନ୍‍ କ୍ରିକେଟ୍‍ କାଉନସିଲ୍‍ ଓ ଷ୍ଟାର ଚ୍ୟାନେଲ୍‍ ମଧ୍ୟରେ ହୋଇଥିବା ପ୍ରସାରଣ ଅଧିକାର ଚୁକ୍ତି ଅନୁଯାୟୀ ଏସିଆ କପ୍‍ରେ ଭାଗ ନେଉଥିବା ପ୍ରତ୍ୟେକ ଦେଶ ଏହି ଟୁର୍ଣ୍ଣାମେଣ୍ଟ ନିମନ୍ତେ ନିଜର ଶ୍ରେଷ୍ଠ ଦଳ ପଠାଇବେ। ତେବେ ଭାରତ ଏସିଆ କପ୍‍ ନିମନ୍ତେ ଅପେକ୍ଷାକୃତ ଦୁର୍ବଳ ଦଳ ପଠାଇଥିବା ଷ୍ଟାର ଚ୍ୟାନେଲ୍‍ ପକ୍ଷରୁ ଦର୍ଶାଯାଇଛି। ବିରାଟ କୋହଲି ଏସିଆ କପ୍‍ରେ ଖେଳୁନଥିବାରୁ ଏହାର ସିଧାସଳଖ ପ୍ରଭାବ ଭାରତ ଖେଳୁଥିବା ମ୍ୟାଚ୍‍ର ପ୍ରସାରଣ ଉପରେ ପଡ଼ିବ ଏବଂ ପ୍ରସାରଣକାରୀ ସଂସ୍ଥା ବହୁ ଅର୍ଥ କ୍ଷତି ସହିବ ବୋଲି ପତ୍ରରେ ଦର୍ଶାଯାଇଛି।
ଅନ୍ୟପକ୍ଷରେ ବିସିସିଆଇ ତରଫରୁ ଦିଆଯାଇଥିବା ସ୍ପଷ୍ଟୀକରଣରେ ଏସିଆ କପ୍‍ ନିମନ୍ତେ ଭଲ ଦଳ ପଠାଇଯାଇଛି ବୋଲି ଦର୍ଶାଯାଇଛି। ପ୍ରସାରଣକାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତୀୟ ଦଳ ମନୋନୟନ କରାଯାଇ ପାରିବ ନାହିଁ ବୋଲି ବିସିସିଆଇ ତରଫରୁ କୁହାଯାଇଛି। ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଜୋହରି ଦର୍ଶାଇଛନ୍ତି କୌଣସି କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ନିମନ୍ତେ ଦଳ ମନୋନୟନ ଅଧିକାର ମନୋନୟନ କମିଟିର। କେଉଁ ଖେଳାଳିଙ୍କୁ ବିଶ୍ରାମ ଦିଆଯିବ କାହାକୁ ଦଳରେ ସାମିଲ କରାଯିବ ସେ ସଂପର୍କରେ ନିଷ୍ପତ୍ତି କମିଟି ନେଇଥାଏ। ତେଣୁ ଏହାକୁ ନେଇ ପ୍ରସାରଣକାରୀ ସଂସ୍ଥା ଆପତ୍ତି କରିପାରିବ ନାହିଁ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories