www.samajalive.in
Saturday, December 6, 2025
23.1 C
Bhubaneswar

କ୍ୟାରିବିୟାନ ପ୍ରିମିୟର ଲିଗ୍‍ : ଟ୍ରିନ୍‍ବାଗୋ ନାଇଟ ରାଇଡର୍ସ ଚମ୍ପିଆନ

ତାରୌବା : ଟ୍ରିନ୍‍ବାଗୋ ନାଇଟ ରାଇଡର୍ସ ଚଳିତବର୍ଷ କ୍ୟାରିବିୟାନ ପ୍ରିମିୟର ଲିଗ୍‍ ଟ୍ୱେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଟ୍ରିନ୍‍ବାଗୋ ୮ ୱିକେଟରେ ଗ୍ୱାଏନା ଆମାଜନ ୱାରିୟର୍ସକୁ ପରାସ୍ତ କରିଛି। ଟସ୍‍ରେ ହାରି ପ୍ରଥମେ ବ୍ୟାଟିଂ ନିର୍ଦେଶ ପାଇଥିବା ଗ୍ୱାଏନା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୭ ରନ କରିଥିଲା। ଲ୍ୟୁକ୍‍ ରୋଞ୍ଚି ୪୪ ଓ ଜାସନ ମହମ୍ମଦ ୨୪ ରନ କରିଥିବାବେଳେ ଟ୍ରିନ୍‍ବାଗୋ ପକ୍ଷରୁ ଖାରି ପିଏରେ ୩ଟି ଓ ଡ୍ୱୟେନ ବ୍ରାଭୋ ୨ଟି ୱିକେଟ ଅକ୍ତିଆର କରିଥିଲେ। ଜବାବରେ ଟ୍ରିନ୍‍ବାଗୋ ଦଳ ୧୭.୩ ଓଭରରେ ୨ ୱିକେଟ ବିନିମୟରେ ୧୫୦ ରନ କରି ବିଜୟୀ ହୋଇଥିଲା। କଲିନ୍‍ ମନ୍‍ରୋ ଅପରାଜିତ ୬୮, ବ୍ରେଣ୍ଡନ ମ୍ୟାକ୍‍କଲମ ୩୯ ଓ ଦିନେଶ ରାମଦିନ ୨୪ ରନ କରିଥିଲେ। ଗ୍ୱାଏନା ପକ୍ଷରୁ କ୍ରିସ ଗ୍ରୀନ ଓ ରୋମାରିଓ ସେଫର୍ଡ ପ୍ରତ୍ୟେକ ଗୋଟିଏ ୱିକେଟ ହାସଲ କରିଥିଲେ। ଟ୍ରିନ୍‍ବାଗୋ ଦଳର ଖାରି ପିଏରେ ‘ପ୍ଲେୟାର ଅଫ୍‍ ଦି ମ୍ୟାଚ’ ଓ କଲିନ ମନ୍‍ରୋ ‘ପ୍ଲେୟାର ଅଫ୍‍ ଦି ସିରିଜ’ ବିବେଚିତ ହୋଇଛନ୍ତି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories