ଚିଲିକାରେ ସି-ପ୍ଲେନ ଅବତରଣ ଘଟଣା, ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ

0

ଭୁବନେଶ୍ୱର . – ରବିବାରରେ ଚିଲିକା ହ୍ରଦରେ ସି ପ୍ଲେନ ଅବତରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏଠାରେ ବିନା ଅନୁମତିରେ ସି ପ୍ଲେନ ଅବତରଣ କରିଥିବା ଅନେକ ଅଭିଯୋଗ କରିଥିଲେ । ମାତ୍ର ଏହା ସି-ପ୍ଲେନ ନହେଁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କର ହେଲିକପ୍ଟର ବୋଲି ସୂଚନା ମିଳିଛି । ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ବୈଜୟନ୍ତପଣ୍ଡାଙ୍କର ହେଲିକପ୍ଟର ଓ  ହାଙ୍ଗରକୁ ପୁଲିସ ଜବତ କରିଛି । ଏହା ସହ ହେଲକପ୍ଟର ବ୍ଲାକବକ୍ସରୁ ରବିବାରରେ ହେଲିକପ୍ଟରଟି କେଉଁସ୍ଥାନରେ ଥିଲା , ଚିଲିକାର କେତେ ଉଚ୍ଚତାରେ ଉଡୁଥିଲା ସମସ୍ତ ବିଷୟର ପୁଲିସ ତଥ୍ୟ ସଂଗ୍ରହ କରିଛି  ବୋଲି ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦେଶକ ଏସ୍‌ସି ହୋତା କହିଛନ୍ତି ।

ଚିଲିକାରେ  ବିମାନ ଉଡିବା ଘଟଣାରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଥାନାରେ ଏକ ମାମଲା ରୁଜୁ କରିଥିଲେ । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ସମସ୍ତ ପକ୍ଷଙ୍କୁ ଜେରା କରାଯିବ ବୋଲି ପୁରୀ ଏସ୍‌ପି ଡାକ୍ତର ସାର୍ଥକ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ମାତ୍ର ବୈଜୟନ୍ତ ପଣ୍ଡା ଏହି ଘଟଣାପରେ ଏକ ଟ୍ୱିଟ କରିଛନ୍ତି । ସେଥିରେ ସେ ରବିବାର ଦିନ ଭୁବନେଶ୍ୱରରୁ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରାସ୍ତା ଉପର ଦେଇ କେନ୍ଦ୍ରପଡା ଓ କେନ୍ଦ୍ରପଡାରୁ ପୁଣି ଭୁବନେଶ୍ୱର ଫେରିଥିବା କଥା ଦର୍ଶାଇଛନ୍ତି । ଏହା ତାଙ୍କ ପ୍ରତି ଷଡଯନ୍ତ୍ର ବୋଲି  ସେ ଟ୍ୱିଟ କରିଛନ୍ତି ।

Leave A Reply