ବର୍ଲିନ୍ : କେନିୟାର ଧାବକ ଏଲିଉଡ୍ କିପ୍ଚୋଗେ ପୁରୁଷ ମାରାଥନ୍ରେ ନୂତନ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଛନ୍ତି। ରବିବାର ବର୍ଲିନ୍ରେ ଅନୁଷ୍ଠିତ ମାରାଥନ୍ରେ କିପ୍ଚୋଗେ ୨ ଘଣ୍ଟା ୧ ମିନିଟ ୪୦ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନରେ ରହିବା ସହ ନୂତନ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଛନ୍ତି। ୧୯୬୭ରେ ଅଷ୍ଟ୍ରେଲିଆର ଡେରେକ୍ କ୍ଲେଟନ୍ ଯେଉଁ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଥିଲେ କିପ୍ଚୋଗେ ତା’ଠାରୁ ୨ ମିନିଟ ୨୩ ସେକେଣ୍ଡ କମ୍ ସମୟ ନେଇଛନ୍ତି। ଆଧୁନିକ ଯୁଗର ସର୍ବଶ୍ରେଷ୍ଠ ମାରାଥନ୍ ଧାବକ ଭାବେ ପରିଗଣିତ ୩୩ ବର୍ଷ ବୟସ୍କ କିପ୍ଚୋଗେ ରିଓ ଅଲିମ୍ପିକ୍ସରେ ମଧ୍ୟ ମାରାଥନ୍ ସ୍ୱର୍ଣ୍ଣପଦକ ଜିତିଥିଲେ। ପୂର୍ବରୁ ୫୦୦୦ ମିଟରରେ ଭାଗ ନେଉଥିବା କିପ୍ଚୋଗେ ୨୦୧୩ରେ ମାରାଥନ୍ ଧାବକ ପାଲଟି ଯାଇଥିଲେ। ଗତ ୧୧ଟି ମାରାଥନ୍ ରେସ୍ ମଧ୍ୟରୁ କିପ୍ଚୋଗେ ୧୦ଟିରେ ବିଜୟୀ ହୋଇଛନ୍ତି।
Popular Categories



