www.samajalive.in
Monday, December 15, 2025
14.1 C
Bhubaneswar

ପିପିଲିରେ ବ୍ଲକସ୍ତରୀୟ ବାଲ୍‌ ବୈଜ୍ଞାନିକ ପ୍ରଦର୍ଶନୀ

ପିପିଲି : ରାଷ୍ଟ୍ରୀୟ ଆବିଷ୍କାର ଯୋଜନା ଅନ୍ତର୍ଗତ ବାଲ୍‌ ବୈଜ୍ଞାନିକ ପ୍ରଦର୍ଶନୀ ତଥା ବିଜ୍ଞାନ ମେଳା ପିପିଲି ମଣ୍ଡଳ ସ୍ତରୀୟ ସ୍ଥାନୀୟ ପିପିଲି ନୋଡାଲ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଓସେପା ଯୁଗ୍ମ ନିର୍ଦ୍ଦେଶକ ହିଂମାଶୁ ଭୂଷଣ ସମର୍ଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ପିପିଲି ବିଇଓ ପୀତବାସ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ସିଆର୍‌ସିସି ସଞ୍ଜୁକ୍ତା ମହାପାତ୍ର, ରଶ୍ମିତା ନାୟକ ଓ ଜସ୍ମିତା ମିଶ୍ର ପ୍ରମୁଖ ସ୍ୱାଗତ ସଂଗୀତ ଗାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଫାର ପ୍ରଧାନ ବୈଜ୍ଞାନିକ ଡ଼ଃ ପ୍ରୀୟବ୍ରତ ସ୍ୱାଇଁ , ପିପିଲି ମହାବିଦ୍ୟାଳୟ ଅଧ୍ୟକ୍ଷ ସଦାଶିବ ଦାଶ, ଗୋବିନ୍ଦପୁର ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ବିଭୂତି ଭୂଷଣ ମଣ୍ଡଳ, ଏବିଇଓ ସାହେବ ପାତ୍ର, ଡ଼ ଶରତ କୁମାର ଚଉଁରୀ, ହରିବନ୍ଧୁ ବିଦ୍ୟାପୀଠ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ମହାନ୍ତି, ପୁରୀ ଜିଲା ପଞ୍ଚସଖା ଶିକ୍ଷା ସେତୁ ଯୋଜନାର ସଂଯୋଜକ ସନ୍ତୋଷ କୁମାର ଚୌଧୁରୀ, ପିପିଲି ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ସୌଭାଗ୍ୟଲକ୍ଷ୍ମୀ ନାୟକ, ଅସ୍ତରଙ୍ଗ ପ୍ରାକ୍ତନ ବିଇଓ ପ୍ରସନ୍ନ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ବିଜ୍ଞାନମେଳା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନରେ ବିଜ୍ଞାନ ପ୍ରତି ଅଧିକ ଆଗ୍ରହ ସୃଷ୍ଟି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ଏଥିରେ ୧୮୬ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ସେଥିମଧ୍ୟରୁ ଜିଲାସ୍ତରୀୟ ପ୍ରତିଯୋଗିତା ପାଇଁ ୭ଟି ପ୍ରକଳ୍ପ ମନୋନିତ ହୋଇଥିଲା । ବିଚାରକ ଭାବେ ପ୍ରତାପ କୁମାର ପ୍ରଧାନ, ଦେବେନ୍ଦ୍ର କୁମାର ସ୍ୱାଇଁ ଓ ସୁନିଲ କୁମାର ରାଉତ ଯୋଗଦେଇଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପୁରୀ ସାଂସଦ ଡ଼ ସମ୍ବିତ ପାତ୍ର, ମୁଖ୍ୟବକ୍ତା ଭାବେ ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ଡିଇଓ ଦୀପକ କୁମାର ପାଢୀ, ଡେଲାଙ୍ଗ ବ୍ଲକ ବିଇଓ ଶତୃଘ୍ନ ବେହେରା, ପିପିଲି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷକ ଜୟପ୍ରକାଶ ପ୍ରଧାନ, ଲକ୍ଷ୍ମୀଧର ସାହୁ, ରବିନ୍ଦ୍ର କୁମାର ପଲେଇ, ବିକ୍ରମ କୁମାର ରଥ, ଦିଲିପ ପ୍ରଧାନ, କୃଷ୍ଣଚନ୍ଦ୍ର ସାହୁ, ଚିନ୍ତାମଣୀ ଓଝା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories