ସ୍ବର୍ଗଦ୍ବାରରେ ପିଣ୍ଟୁ ନନ୍ଦଙ୍କ ଶେଷକୃତ୍ୟ

ଡେସ୍କ: ପଞ୍ଚଭୂତରେ ଲୀନ ହେଲେ ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ସାଇ ପିଣ୍ଟୁଙ୍କୁ ମୁଖାଗ୍ନି ଦେଇଛନ୍ତି। ଅନ୍ତିମ ସଂସ୍କାର ପୂର୍ବରୁ ବହୁ ସାଥି କଳାକାର ତାଙ୍କୁ ଶେଷ ଦର୍ଶନ କରିଥିଲେ।

ସୂଚନାଯୋଗ୍ୟ, ବୁଧବାର ରାତି ୧୧ଟା ୨୫ ମିନିଟ ସମୟରେ ଅଭିନେତା ପିଣ୍ଟୁ ନନ୍ଦଙ୍କ ୪୭ ବର୍ଷ ବୟସରେ ପରଲୋକ ଘଟିଥିଲା। ହାଇଦ୍ରାବାଦର ଯଶୋଦା ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନଃଶ୍ବାସ ତ୍ୟାଗ କରିଥିଲେ। କିଛିଦିନ ହେବ ସେ ଲିଭର୍ ସିରୋସିସ୍‌ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ।

ଚଳଚ୍ଚିତ୍ର ଓ ଧାରାବାହିକରେ ପିଣ୍ଟୁଙ୍କ ନିଖୁଣ ଅଭିନୟ ତାଙ୍କୁ ଲୋକ୍ରିୟତାର ଶୀର୍ଷରେ ପହଞ୍ଚାଇଥିଲା। ଗୁରୁବାର ରାତିରେ ତାଙ୍କ ମରଶରୀରକୁ ହାଇଦ୍ରାବାଦରୁ ବିମାନ ଯୋଗେ ଭୁବନେଶ୍ୱର କିମ୍ସକୁ ଅଣାଯାଇଥିଲା। ଏହାପରେ କଳାରାହାଙ୍ଗ ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା। ସେଠାରେ ଜ୍ଞାତି, ପରିବାର ବର୍ଗ, ସିନେ ଜଗତର ଅନେକ କଳାକାର ଓ ତାଙ୍କୁ ଭଲପାଉଥିବା ଲୋକମାନେ ତାଙ୍କର ଶେଷ ଦର୍ଶନ କରିଥିଲେ।

Comments are closed.