www.samajalive.in
Sunday, December 7, 2025
26.1 C
Bhubaneswar

ମୁକ୍ତିଲାଭ କଲା କୋଶଲୀ କ୍ଷୁଦ୍ର ଚଳଚ୍ଚିତ୍ର ‘ପିଞ୍ଜ୍ରା’

ବଲାଙ୍ଗିର: ନାରୀ ସ୍ନେହ, ମମତା ଓ କରୁଣାର ପ୍ରତୀକ। ସେ ସର୍ବଂସହା, ସତ୍ୟ, ଶାନ୍ତି ଓ ଦୟାର ବାର୍ତାବହ। ଅପରପକ୍ଷରେ ଅଶିକ୍ଷା, କୁସଂସ୍କାର, ଅନ୍ଧ ବିଶ୍ୱାସ ଯୋଗୁ ମଧ୍ୟ ଆଜି ନାରୀ ନିର୍ଯ୍ୟାତିତ। ଆଜିର ସମାଜରେ ଜଣେ ନାରୀ ସବୁବେଳେ ଅବହେଲିତ ଅବସ୍ଥାରେ ରହି ଆସୁଅଛି, ଜଣେ ନାରୀ ଇଚ୍ଛା ବିରୁଦ୍ଧରେ ବାଲ୍ୟ ବିବାହ, ଘରର ଚାରିକାନ୍ଥ ଭିତରେ ତା’ର ଭବିଷ୍ୟତ ବନ୍ଧା ପଡୁଛି। ଆଜିର ସମାଜିକ ବ୍ୟବସ୍ଥା ଭିତରେ ସେ ଅଣନିଶ୍ୱାସୀ ହୋଇ ପଥ ଖୋଜି ପାଉନି। ଠିକ୍ ଏମିତି ଏକ କାହାଣୀକୁ ନେଇ ମନ୍ ମହକନ୍ ଫିଲ୍ମ ପ୍ରଯୋଜନାରେ ରିଲିଜ୍ ହୋଇଛି କୋଶଲୀ କ୍ଷୁଦ୍ର ଚଳଚିତ୍ର ‘ପିଞ୍ଜ୍ରା’।


ଏ ନେଇ ସ୍ଥାନୀୟ ଅମଲା ଭବନ ଠାରେ ଏହି ଫିଲ୍ମର ପ୍ରିମିୟର ସୋ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀକର ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଫିଲ୍ମର ଉଦଘାଟନ କରିଥିଲେ। ସିନେମାଟୋଗ୍ରାଫି ଓ ନିର୍ଦ୍ଦେଶନା ଭାର ମୃତ୍ୟୁଞ୍ଜୟ ରାଉତ ତୁଲାଇଥିବା ବେଳେ କାହାଣୀ,ସ୍କ୍ରିନ ପ୍ଲେ ଓ ସମ୍ପାଦନା ଦାୟିତ୍ୱ ଆଶୁତୋଷ ମିଶ୍ର ନିର୍ବାହ କରିଛନ୍ତି। ଏହି ଫିଲ୍ମର ସଙ୍ଗୀତକୁ ଶରତ ଓ ମନୋଜ ସଜେଇଥିବା ବେଳେ କଣ୍ଠଦାନ କରିଛନ୍ତି ସରତ ଦୀପ ଓ ଲିପିକା ବିଭାର। ଗୀତିକାର ଦେବେନ୍ଦ୍ର ବାରିକ ଗୀତ ଗୁଡିକ ଲେଖିଛନ୍ତି। ଫିଲ୍ମରେ ସଂଳାପ ଥବିର କର୍ମୀ ଦେଇଥିବା ବେଳେ ସବ ଟାଇଟିଲ କାମ ଲକ୍ଷ୍ମଣ ମିଶ୍ର ସଂଯୋଜନା କରିଛନ୍ତି। ଯୁବ ଡିଓପି ନିର୍ଦ୍ଦେଶକ ସୌମ୍ୟ ରଂଜନ ବାଗ ଏଥିରେ କ୍ୟାମେରା ଆସୋସିଏଟ୍ ଭାବେ କାମ କରିଥିବା ବେଳେ ପ୍ରଚ୍ଛଦପଟ ସଙ୍ଗୀତ ସଜେଇଛନ୍ତି ସୁବାଶିଷ ମଣ୍ଡଳ। କାହାଣୀରେ ବିଭିନ୍ନ ଚରିତ୍ରମାନଙ୍କ ମଧ୍ୟରେ ଆଶୁତୋଷ, ଶ୍ରଦ୍ଧା ମାହାନା, ଲଲିତ ପୂଜାରୀ, ଆନନ୍ଦ ଦାଶ, ପିକୁ ପାଣିଗ୍ରାହୀ, ରଜତ କୁମାର, ସଂଜୀବ କୁମାର, ଜସ୍ମିତ ପଣ୍ଡା, ପ୍ରଦୀପ ମିଶ୍ର, ଉମାଶଙ୍କର, ବଡ ତ୍ରିପାଠୀ. ମୁନା ମେହେର ଓ ଆର୍ଯ୍ୟନ ଯୋଷୀ ଅଭିନୟ କରିଛନ୍ତି। ବଲାଙ୍ଗିର ଜିଲା ସମେତ ସମ୍ବଲପୁର ଜିଲାର ହୀରାକୁଦରେ ଏହାର ସୁଟିଂ କରାଯାଇଥିଲା।

- Advertisement -

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories