ସୁଯୋଗ ମିଳିଲେ ନାରୀମାନେ ମଧ୍ୟ ବିଜ୍ଞାନର ବିକାଶ କରିପାରିବେ

ବିଜ୍ଞାନ ପୁରୁଷ ବୈଜ୍ଞାନିକ ଏବଂ ମହିଳା ବୈଜ୍ଞାନିକ ମଧ୍ୟରେ କୌଣସି ପ୍ରଭେଦ କରେ ନାହିଁ। ନାରୀମାନଙ୍କ ମଧ୍ୟରେ ସାମର୍ଥ୍ୟର ଅଭାବ ନାହିଁ କିନ୍ତୁ ଆବଶ୍ୟକତା ଅଛି ସେମାଙ୍କପାଇଁ ସୁଯୋଗ। ଅନ୍ତର୍ଜାତୀୟ ମହିଳା, ବାଳିକା ବିଜ୍ଞାନ ଦିବସ ଅବସରରେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ‘ନାରୀ, ବିଜ୍ଞାନ ଏବଂ ଭବିଷ୍ୟତ’ ଶୀର୍ଷକ ଆଭାସୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଏଭଳି ମତପୋଷଣ କରିଛନ୍ତି ବିଶେଷଜ୍ଞ।

ଆକାଶବାଣୀ କଟକର ଖବର ସମ୍ପାଦିକା ଇତିଶ୍ରୀ ସିଂ ରାଥୋଡଙ୍କ ଦ୍ୱାରା ସଂଯୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ନାରୀମାନଙ୍କୁ ବିକାଶର ପ୍ରତୀକ ଭାବେ ଗ୍ରହଣ କରିବା ଆବଶ୍ୟକ ଅଛି ବୋଲି କହିଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଲୁନା ସାମନ୍ତ କହିଛନ୍ତି, ନାରୀମାନଙ୍କୁ ଉଚିତ ପରିବେଶ ଏବଂ ସୁଯୋଗ ମିଳିଲେ ବିଜ୍ଞାନ କ୍ଷେତ୍ରରେ ବିକାଶ ଆହୁରି ତ୍ୱରାନ୍ୱିତ ହେବ। ଅନ୍ୟଵକ୍ତା ଭାବେ କୀଟ୍ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡ଼.ସୂଦେଶନା ଚୌଧୁରୀ ଏବଂ ସମାଜ ସେବି ଡ଼. ମମତା ଦାସ ନାରୀମାନଙ୍କ ସକାରାତ୍ମକ ଚିତ୍ର ବିଭିନ୍ନ ଗଣମାଧ୍ୟମରେ ପରିବେଷଣ କରିବା ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଛନ୍ତି।

Comments are closed.