www.samajalive.in
Wednesday, December 10, 2025
15.1 C
Bhubaneswar

ସ୍ୱାସ୍ଥ୍ୟସେବା ଚିନ୍ତାରେ ପଞ୍ଚାୟତ ବାସୀ

ଫୁଲବାଣୀ: କନ୍ଧମାଳ ଜିଲା ରଣବା ପଞ୍ଚାୟତର ଅଧିବାସୀମାନେ ଏବେ ସ୍ୱାସ୍ଥ୍ୟସେବା ଚିନ୍ତାରେ। ୧୩ଟି ୱାର୍ଡ଼କୁ ନେଇ ଗଠିତ ଏହି ପଂଚାୟତ କନ୍ଧମାଳ-ଗଞ୍ଜାମ ଜିଲା ସୀମାନ୍ତରେ ଅବସ୍ଥିତ। ଅଞ୍ଚଳବାସୀଙ୍କ ବାରମ୍ବାର ଦାବିପରେ ରଣବା ଅଞ୍ଚଳରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଥିଲେ ମଧ୍ୟ ବର୍ତ୍ତମାନ ଉକ୍ତ କେନ୍ଦ୍ରରେ ନା ପୁରୁଷ ସ୍ୱାସ୍ଥ୍ୟ କର୍ମୀ କିମ୍ବା ମହିଳା ସ୍ୱାସ୍ଥ୍ୟ କର୍ମୀ କେହି ମଧ୍ୟ ନାହାନ୍ତି। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ କିଛିମାସ ତଳେ ସେଠାରେ ଥିବା ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ବଦଳି କରି ଅନ୍ୟତ୍ର ପଠାଇ ଦିଆଯାଇଥିବା ବେଳେ ଏକମାତ୍ର ସାହାରେ ସାଜିଥିବା ପୁରୁଷ ସ୍ୱାସ୍ଥ୍ୟ କର୍ମୀ ରଂଜନ ପ୍ରଧାନଙ୍କୁ ବ୍ରାହ୍ମଣୀଗାଁ ଅଞ୍ଚଳକୁ ବଦଳି କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେଠାରେ କାହାରିକି ମଧ୍ୟ ନିଯୁକ୍ତି ଦିଆଯାଇ ନାହିଁ।

ଫଳରେ ଲୋକେ ସ୍ୱାସ୍ଥ୍ୟସେବା ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତର ତିନି ହଜାରରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ ସେବା ପାଇଁ ନାକେଦମ ହୋଇ ପଡ଼ିଲେଣି ବୋଲି ପଞ୍ଚାୟତର ସରପଂଚ ବନିତା ମଲିକ , ନାଏବ ସରପଂଚ ଶ୍ରୀକାନ୍ତ ବିଶୋୟୀ ପ୍ରମୁଖ ଅଭିଯୋଗ କରିଛନ୍ତି। ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ ଦୃଷ୍ଟିଦେଇ ଦେଇ ପଦକ୍ଷେପ ଗ୍ରହଣ ନକରିଲେ ଆଗାମି ଦିନରେ ଅଞ୍ଚଳବାସୀ ଆନ୍ଦୋଳନ କରିବେ ବୋଲି ଅଞ୍ଚଳର ପ୍ରଶନ୍ନ ଗୌଡ଼ , କୁନୁ ପଣ୍ଡା , ବଂଶø ଗୌଡ଼ଙ୍କ ଭଳି ବହୁ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

- Advertisement -

ମହିଳା ସ୍ୱାସ୍ଥ୍ୟ କର୍ମୀ ନଥିବା ଯୋଗୁଁଁ ବିଶେଷ କରି ଗର୍ଭବତୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦେବାକୁ ଦାବି କରିବା ସହିତ ପୂର୍ବରୁ ଯେଉଁ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଥିଲେ ସେହି ସ୍ଥାନରେ ନୂତନ ଭାବେ ଅନ୍ୟ କେହି ଯୋଗନଦେବା ପର୍ଯ୍ୟନ୍ତ ତାଙ୍କୁ ରଣବା ସ୍ୱାସ୍ଥ୍ୟ କେନ୍ଦ୍ରେରେ ନିୟୋଜିତ ପାଇଁ ମଧ୍ୟ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories