www.samajalive.in
Monday, December 8, 2025
14.1 C
Bhubaneswar

୫୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ : ଫୁଲବାଣୀ ସଦର ଅବକାରୀ ମୋବାଈଲ ଟିମ୍ ପୃଥକ ସ୍ଥାନରେ ଚଢ଼ାଉ କରି ଦୁଇଟି କାରରୁ ୫୦ କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ସଦର ଥାନା ବିଶିପଡା ଅଞ୍ଚଳ ନିରଞ୍ଜନ ବେହେରା ଓ ଫିରିଙ୍ଗିଆ ଥାନା ଖଜୁରୀପଡାର ଅନନ୍ତ ବେହେରା ।
ମିଳିଥିବା ସୂଚନା ଅନୁସାରେ ନିରଞ୍ଜନ ଏକ କାରରେ ବିଶିପଡା ପଟୁ ଫୁଲବାଣୀ ଆଡେ ଆସୁଥିଲେ । କୌଣସି ସୁତ୍ରରୁ ଖବରପାଇ ଅବକାରୀ ଟିମ୍ ତାଙ୍କୁ ଗଡପଦର ଛକ ପାଖରେ ଅଟକାଇ ଯାଞ୍ଚ କରିଥିଲେ । ଗାଡି ଚେଚିସ ଭିତରୁରୁ ୪୦ କେଜି ଗଞ୍ଜେଇ ବାହାରିଥିଲା । ନିରଞ୍ଜନଙ୍କୁ ପଚରା ଉଚରା ବେଳେ ଗଞ୍ଜେଇ ଫିରିଙ୍ଗିଆରୁ ଭୁବନେଶ୍ୱର ଯାଉଥିବା ଜଣାପଡିଛି । ସେହିପରି ଫିରିଙ୍ଗିଆ ଥାନା ଖଜୁରୀପଡା ଗାଁର ଅନନ୍ତ ବେହେରା କାରରେ ଆସୁଥିଲେ। ଅବକାରୀ ଟିମ୍ ତାଙ୍କୁ ଗଞ୍ଜୁଗୁଡା ଛକରେ ଅଟକାଇ ଯାଞ୍ଚ କଲା ବେଳେ ଗାଡିରୁ ୧୦ କେଜି ଗଞ୍ଜେଇ ମିଳିଥିଲା। ଏନେଇ ବିଭାଗ ପକ୍ଷରୁ ୭୭/୨୪ ଓ ୭୮/୨୪ରେ ଦୁଇଟି ମାମଲା ରୁଜୁ ହୋଇଛି । ଅବକାରୀ ଇନ୍ସପେକ୍ଟର ପୁର୍ଣ୍ଣଚନ୍ଦ୍ର ବେହେରା, ଏସ୍‌ଆଇ ଭବାନୀ ଶଙ୍କର ସେଠୀ, ଏଏସ୍‌ଆଇ ସୁଜିତ କୁମାର ମୁଦୁଲି, ଭୃଗୁପତି ଦିଗାଲ, କନଷ୍ଟେବଳ ସଦାଶିବ ରଣା ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories