www.samajalive.in
Sunday, December 7, 2025
23.1 C
Bhubaneswar

ଇଲୋକ୍ଟୋରାଲ ବଣ୍ଡ ମାମଲାରେ ବିଜେଡି, ବିଜେପିକୁ ଜିଲା କଂଗ୍ରେସର ଟାର୍ଗେଟ

ଫୁଲବାଣୀ : କନ୍ଧମାଳ ଜିଲା କଂଗ୍ରେସ ଇଲେକ୍ଟୋରାଲ ବଣ୍ଡ  ମାମଲାରେ ବିଜେପି ଓ ବିଜେଡିକୁ ଘେରିଛି। ନିର୍ବାଚନ କମିଶନଙ୍କ ଦ୍ବାରା ପ୍ରକାଶିତ ତଥ୍ୟରୁ ଇଲେକ୍ଟୋରାଲ ବଣ୍ଡ ଜରିଆରେ  ଆଦାୟ ହୋଇଥିବା ଅର୍ଥ ଦୃଷ୍ଟିରୁ ବିଜେଡି ଦେଶର ପଞ୍ଚମ ସ୍ଥାନରେ ରହିଛି। ଗୋଟିଏ ଆଞ୍ଚଳିକ ଦଳ ଏତେ ଟଙ୍କା ଚାନ୍ଦା ପାଇବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଵୋଲି ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡ଼ା।
କେନ୍ଦ୍ରର ବିଜେପି ସରକାର ଇଡି, ସିବିଆଇ ଓ ଆଇଟିକୁ ଲଗାଇ ଚାନ୍ଦା ଅସୁଲି କରୁଥିବା ବେଳେ ଅନ୍ୟାୟୋଚିତ ଭାବେ କଂଗ୍ରେସର ଆକାଉଣ୍ଟ ବନ୍ଦ କରିଛି। ଏହା ଦେଶର ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣ ବୋଲି କହିଛନ୍ତି ଶ୍ରୀ ପରିଡା। ସେହିଭଳି  ବିଜେଡି ମଧ୍ୟ ବିଭିନ୍ନ କମ୍ପାନୀଙ୍କୁ ବେଆଇନ ଫାଇଦା ଯୋଗାଇ ଚାନ୍ଦା ସଂଗ୍ରହ କରିଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ବିଭିନ୍ନ ସଂସ୍ଥାରଙ ଦଳକୁ ମିଳିଥିବା ଚାନ୍ଦାର ଏକ ଲମ୍ବା ତାଲିକା ପ୍ରଦାନ କରିଛି କଂଗ୍ରେସ ଦଳ। ଏପରିକି ପଡୋଶୀ ରାଜ୍ୟର କିଛି ମଦ ବ୍ୟବସାୟ ମାନଙ୍କ ଠାରୁ ମଧ୍ୟ ଚାନ୍ଦା ନିଆ ଯାଇଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା।
ଏହିସବୁ ଚାନ୍ଦା ପ୍ରଦାନକାରୀ ସଂସ୍ଥା ମାନଙ୍କୁ ସରକାର କଣ ଫାଇଦା ପହଞ୍ଚାଇଛନ୍ତି ତାହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବୀ କରିଛି କଂଗ୍ରେସ।  ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ଜିଲା ଉପସଭାପତି ହେମନ୍ତ କର, ବ୍ଲକ ସଭାପତି ପ୍ରତିଭା କହଁର, ଆଇଏନଟିୟୁସି ଜିଲା ସଭାପତି ଘନକୁମାର ଶବର, ମିଡିଆ ସେଲ ଅଧ୍ୟକ୍ଷ ବସନ୍ତ କୁମାର ପାଢ଼ୀ, ସାଧାରଣ ସମ୍ପାଦକ ନନ୍ଦ କିଶୋର ଦାଶ, ସୋସିଆଲ ମିଡିଆ ଅଧ୍ୟକ୍ଷ ବଳଦେବ ବେହେରା, ଆବାହକ ଗୌର ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories