www.samajalive.in
Sunday, December 7, 2025
23.1 C
Bhubaneswar

ଭୋଟର କାର୍ଡରେ ତ୍ରୁଟି ଯୋଗୁଁ ସରକାରୀ ଯୋଜନାରୁ ବଞ୍ଚିତ 

ଫୁଲବାଣୀ:  କନ୍ଧମାଳ ଜିଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ସୁଡ୍ରେଜୁ ଗ୍ରାମର ନମିତା କହଁରଙ୍କର ଭୋଟର କାର୍ଡରେ ତ୍ରୁଟି ଯୋଗୁଁ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ସୂଚନା ପ୍ରକାରେ ସୁଡ୍ରେଜୁ ଗ୍ରାମର ନମିତା କହଁର  ତାଙ୍କର ସ୍ୱାମୀ ସ୍ବର୍ଗତ ବସନ୍ତ କହଁର ଗତ ବର୍ଷ ମାର୍ଚ୍ଚ ମାସରେ ମୃତ୍ୟୁ ବରଣ କରିଥିଲେ।
ଦୀର୍ଘ ଏକ ବର୍ଷ ହେବ ଭୋଟର କାର୍ଡରେ ତ୍ରୁଟି ଯୋଗୁଁ ବିଧବା ଭତ୍ତା ଓ ପରିବାର କଲ୍ୟାଣ ଯୋଜନା ପରି ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହୋଇଛନ୍ତି । ତାଙ୍କର ଗୋଟିଏ ପୁଅ ତିନି ବର୍ଷ ହୋଇଥିବା ବେଳେ ଝିଅକୁ ମାତ୍ର ବର୍ଷେ ହେବ। ଝିଅଟି ଗର୍ଭରେ ଥିବା ସମୟରେ ହିଁ ତା’ବାପା ଚାଲିଯାଇଛି । ଯାହାଫଳରେ ଦୁଇ ଦୁଇଟା କୋମଳମତି ଛୁଆମାନଙ୍କୁ ଧରି ନମିତା  ଚଳିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଭତ୍ତା ପାଇଁ ଖଜୁରୀପଡା ବ୍ଲକକୁ ବାରମ୍ବାର ଯାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ନିକଟରେ ଭୋଟର କାର୍ଡ ସଂଶୋଧନ ପାଇଁ ଦେଇଥିଲେ ମଧ୍ୟ ତାହା ମିଳିନଥିବା କହିଛନ୍ତି  । ତେଣୁ ପ୍ରଶାସନ ଏହି ବେସାହାରା ପରିବାରକୁ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେଇ ଯେକୌଣସି ପ୍ରକାରେ ସରକାରୀ ସହାୟତା ପ୍ରଦାନ କରିବାକୁ  ସାଧାରଣ​‌ରେ ଦାବି ହୋଇଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories