ଫୁଲବାଣୀ : କନ୍ଧମାଳ ଜିଲ୍ଲା -ତୁମୁଡ଼ିବନ୍ଧ ବ୍ଲକ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଓଡିଆ ସାହିତ୍ୟର ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାରେ ମୂଖ୍ୟ ବକ୍ତା ଭାବେ ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ ଡଃ ସୁଜିତ କୁମାର ପଣ୍ଡା ଯୋଗ ଦେଇ ଜଗନ୍ନାଥ ସଂସ୍କୃତିର ମହତ୍ୱ ଓ ବିଶେସ୍ଵତ ଉପରେ ଆଲୋଚନା କରି କିପରି ପ୍ରଚାର ଓ ପ୍ରସlର କରାଯାଇପାରିବ ତାହା ଉପରେ ଆଲୋକପାତ କରି ପ୍ରାଞ୍ଜଳ ଭାବରେ ଉପସ୍ଥାପନା କରିଥିଲେ।
ଏହି ସଭାର ସଭାପତି ଭାବେ ଅଧ୍ୟକ୍ଷ ଡଃ ସୁନୀଲ କୁମାର ପାତ୍ର ସଭା ପତିତ୍ଵ କରି ଜଗନ୍ନାଥ ସଂସ୍କୃତିକୁ କିପରି ଲୋକାଭିମୁଖୀ କରାଯାଇ ପାରିବ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ। ଏହି ଆଲୋଚନା ଚକ୍ରରେ ଦ୍ବିତୀୟ ବର୍ଷର ଛାତ୍ରୀ କୁମାରୀ ସାଗରୀକା ନାୟକ ଓ କ୍ରିଷ୍ଣା ମହାକୁଡ ନିଜ ନିଜର ସନ୍ଦର୍ଭ ପଠନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଇଂରାଜୀ ଅଧ୍ୟାପକ ଦୁଃଖି ଶ୍ୟାମ ମହାରଣା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାର ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସତ୍ୟ ରଞ୍ଜନ ପାଣିଗ୍ରାହୀ ଇତିହାସ ଅଧ୍ୟାପକ ଆଶିଷ ମଲିକ ରାଜନୀତି ଅଧ୍ୟାପକ ଭଞ୍ଜ କିଶୋର ନାଏକ ଓ ସମସ୍ତ ଅଣ ଶିକ୍ଷକ କର୍ମଚାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ନୋଡାଲ ଅଫିସର ଡଃ ବନିତା ପଟ୍ଟନାୟକ ଧନ୍ୟ ବାଦ ଅର୍ପଣ କରିଥିଲେ।
Comments are closed.