www.samajalive.in
Wednesday, December 10, 2025
15.1 C
Bhubaneswar

କନ୍ଧମାଳ ଜିଲାରେ ଚକ୍ଷୁ ପରୀକ୍ଷା ଶିବିର

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ରେ ଭୁବନେଶ୍ୱର କେୟାର ନେତ୍ରମ ତରଫରୁ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରକୁ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ କେୟାର ନେତ୍ରମ ଭୁବନେଶ୍ୱରର ଟେକନିସିଆନ ଅନନ୍ତ ସ୍ୱାଇଁ, ରମ୍ଭା ମହନ୍ତ, ଉତ୍କଳ ଗୌରବ ନାଗ, ଲକ୍ଷ୍ମୀ ଭୋଇ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷା କରିବା ସହ ଚଷମା ପ୍ରଦାନ କରିଥିଲେ।

 

- Advertisement -

ଶିବିରରେ ଫିରିଙ୍ଗିଆ ବ୍ଲକର ଫିରିଙ୍ଗିଆ ପଞ୍ଚାୟତ ସହ ବିଭିନ୍ନ ପଞ୍ଚାୟତର ଶତାଧିକ ଜନସାଧାରଣ ଏବଂ ବୟସ୍କ ବ୍ୟକ୍ତି ମହିଳା ଓ ଛାତ୍ରଛାତ୍ରୀ ନିଜର ଚକ୍ଷୁ ପରୀକ୍ଷା କରିଥିବା ବେଳେ ବୃଦ୍ଧ ବୃଦ୍ଧା ମାନେ ଅତି ଦୃଷ୍ଟି ବାଧିତମାନଙ୍କୁ କେୟାର ନେତ୍ରମ ତରଫରୁ ମାଗଣାରେ ଚକ୍ଷୁ ଚିକିତ୍ସା କରାଯିବା ବ୍ୟବସ୍ଥା ଥିବା ଟେକନିସିଆନ ଅନନ୍ତ ସ୍ୱାଇଁ ସୂଚନା ଦେଇଛନ୍ତି l

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories