ବୁଲାଣି ରାସ୍ତାରେ ମିଲର ଗାଡ଼ିକୁ ପଛରୁ ବାଡେଇଲା ଟ୍ରକ, ୩୦ଫୁଟ ତଳକୁ ଖସିପଡ଼ିଲା ମିଲର ଗାଡ଼ି

ଫୁଲବାଣୀ:କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଗାଡ଼ିଆପଡା ଘାଟିରେ ଶୁକ୍ରବାର ରାତ୍ରରେ ଏଆର୍ଏସଏସ ନାମକ ଏକ ଠିକା ସଂସ୍ଥାର ମିଲରଗାଡ଼ି ଦୁର୍ଘଟଣାଗ୍ରସ୍ତ ଯୋଗୁଁ ଗାଡ଼ିଟି ଘାଟିର ୩୦ଫୁଟ ତଳକୁ ଖସି ଆସିଥିବା ବେଳେ ଉକ୍ତ ଗାଡ଼ିର ଚାଳକ ପୁରୁଷତ୍ତମ ଦନୟକ ଆହତ ହୋଇ ଖଜୁରିପଡ଼ା ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପ୍ରକାରେ ଆଜି ରାତିରେ ଠିକା ସଂସ୍ଥାର ଗାଡ଼ିଟି କାମ ସାରି ମାଧପୁର ଫେରୁଥିବା ବେଳେ ଘାଟିର ଏକ ଏସ୍.ବୁଲାଣି ରାସ୍ତାରେ ପଛପଟୁ ଏକ ଟ୍ରକ ଆସି ବାଡ଼େଇ ଦେବାରୁ ମିଲର ଗାଡ଼ିଟି ଘାଟି ତଳକୁ ଖସିଯାଇଥିଲା।

prayash

ତେବେ ଦୁର୍ଘଟଣା ଘଟାଇଥିବା ଅନ୍ୟ ଟ୍ରକଟି ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିବା ଉଦ୍ଦାର ହୋଇଥିବା ଗାଡ଼ି ଚାଳକ କହିଛନ୍ତି। ଅନ୍ଧାର ରାତିରେ ଗାଡ଼ି ଚାଳକ ଘାଟିତଳେ ପଡ଼ିଯାଇଥିଲେ ମଧ୍ୟ ମୋବାଇଲ୍ ଆଲୁଅରେ କୌଣସି ପ୍ରକାର ତଲୁ ସେ ଉପରକୁ ଉଠି ସାହାର୍ଯ୍ୟପାଇଁ ରାସ୍ତାରେ ଠିଆ ହୋଇ ପାଟି କରୁଥିବା ବେଳେ ସେହି ରାସ୍ତାଦେଇ ଏକ ମଟର ସାଇକଲରେ ଆସୁଥିବା ୨ ଜଣ ବ୍ୟକ୍ତି ମିଲର ଗାଡ଼ିର ଚାଳକଙ୍କୁ ଉଦ୍ଧାର କରି ଖଜୁରିପଡ଼ା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ଖଜୁରିପଡ଼ା ମା ସୁରାଦେଇ ସେବା ସଂଘର ବହୁ କର୍ମକର୍ତ୍ତା ଓ ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ମିଲର ଗାଡ଼ିର ଚାଳକ ଖଜୁରିପଡ଼ା ଡ଼ାକ୍ତରଖାନାର ଚିକିତ୍ସିତ ପାଇଁ ଭର୍ତ୍ତି ହୋଇଥିବା ପ୍ରକାଶ। ତେବେ ଉକ୍ତ ଘାଟିରେ ବର୍ଷ ତମାମ୍ ଦୁର୍ଘଟଣା ଘଟୁଥିବା ମଧ୍ୟ ଜଣାଯାଇଛି।

Comments are closed.