ଚିରନ୍ତନ ବିକାଶ ଲକ୍ଷ୍ୟ ହାସଲ ପାଇଁ ସରକାର ଓ ସାମାଜିକ ଅନୁଷ୍ଠାନ ଗୁଡିକର ମିଳିତ ଉଦ୍ୟମ ଜରୁରୀ

ସ୍ୱାତୀର ୨୫ତମ ପ୍ରତିଷ୍ଠା ଦିବସ ପାଳନ

ଫୁଲବାଣୀ:କନ୍ଧମାଳ ଜିଲାର ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀର ୨୫ ତମ ପ୍ରତିଷ୍ଠା ଦିବସ ମହାଆଡ଼ମ୍ବର ସହିତ ଫୁଲବାଣୀ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲା ଓ ରାଜ୍ୟ ସ୍ତରୀୟ ବହୁ ବ୍ୟକ୍ତି ବିଶେଷ ଅତିଥିଭାବେ ଯୋଗଦେଇ ସାରା ବିଶ୍ୱକୁ ପ୍ରଗତି ଓ ଶାନ୍ତି ଦିଗରେ ଆଗେଇ ନେବାପାଇଁ ଜାତିସଂଘ ଆସନ୍ତା ୨୦୩୦ ମସିହା ସୁଦ୍ଧାଏହାର ବିକାଶ ଲକ୍ଷ୍ୟ ହାସଲ ପାଇଁ ୧୭ ସୁତ୍ରୀ କାର୍ଯ୍ୟକ୍ରମ ଘୋଷଣା କରିଛି। ଭାରତ ସମେତ ଜାତିସଂଘ ସଭ୍ୟ ଭୂକ୍ତ ୧୯୩ଟି ଦେଶ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି। ତେବେ ଏହି ବିକାଶ ଲକ୍ଷ୍ୟ ଗୁଡିକର ତୃଣମୂଳ ସ୍ତରୀୟ ପ୍ରୟୋଗ ପାଇଁ ସରକାରଙ୍କ ସହ ସାମାଜିକ ଅନୁଷ୍ଠାନ ଗୁଡିକର ମିଳିତ ଉଦ୍ୟମ ନିତାନ୍ତ ଜରୁରୀ ବୋଲି ବକ୍ତା ମାନେ ମତ ଦେଇଥିଲେ।

ପ୍ରାରମ୍ଭରେ ଉତ୍କଳମଣୀ ଗୋପବନ୍ଧୁଙ୍କ ପୁଣ୍ୟତିଥି ଅବସରରେ ଗୋପବନ୍ଧୁ ଛକ ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ ପରେ ଏକ ଶାନ୍ତି ଶୋଭାଯାତ୍ରା ହୋଇଥିଲା। ପ୍ରତିଷ୍ଠା ଦିବସ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ସଭାଗୃହ ଠାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଳିକ, ଫୁଲବାଣୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନୃସିଂହ ଚରଣ ନାୟକ, ଅଧ୍ୟାପିକା ଜ୍ୟାତିର୍ମୟୀ କହଁର, ସରପଂଚ ସୁଦର୍ଶନ କହଁର, ସ୍ୱାତୀର ସଂପାଦକ ଇଂ.ହରିଶଙ୍କର ରାଉତ, ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାବେଶ ଆରମ୍ଭ କରିଥିଲେ। ଏହି ଅବସରରେ ଅବହେଳିତ ମାନଙ୍କର ସଶକ୍ତିକରଣ ଯାତ୍ରା ଉପରେ ସ୍ୱାତୀର ଅତୀତ. ବର୍ତମାନ ଓ ଭବିଷ୍ୟତକୁ ପାଳନ ଓ ପର୍ଯ୍ୟାଲୋଚନା ସଂପର୍କରେ ଅତିଥି ଓ ବକ୍ତାମାନେ ମତ ପ୍ରକାଶ କରିଥିଲେ। ଦ୍ୱିତୀୟ ଅଧିବେଶନରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସାମାଜିକ ଅନୁଷ୍ଠାନ ଗୁଡିକର ମୁଖ୍ୟମାନେ ଯୋଗଦେଇ ବର୍ତମାନ ସମୟରେ ଗୋଷ୍ଠୀ ବିକାଶରେ ସାମାଜିକ ଅନୁଷ୍ଠାନର ଭାଗୀଦାରୀତା ଓ ସୁଯୋଗ ଗୁଡିକ ସଂପର୍କରେ ବିଶଦ ଆଲୋଚନା କରିଥିଲେ।

prayash

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ମଲ୍ଲିକଙ୍କ ସହ ଫୁଲବାଣୀ ଆକସନ୍ ଗୃପ୍ର ଅଧ୍ୟକ୍ଷ ରାମଚନ୍ଦ୍ର ଦାଶ, ଲୋକ ବିକାଶ, ଯାଜପୁର ମୁଖ୍ୟ ସେଖ୍ ଅବ୍ଦୁଲ୍ ସଫିକ୍, ନାଟ୍ୟଚେତନା ଭୂବନେଶ୍ୱର ମୁଖ୍ୟ ସୁବୋଧ ପଟ୍ଟନାୟକ, ୱାଇ.ସି.ଡି.ଏ ବୈାଦ୍ଧର ମୁଖ୍ୟ ରାଜେନ୍ଦ୍ର ମେହେର, ସେବା ଜଗତ ମୂଖ୍ୟ ସତ୍ୟ ପଟ୍ଟନାୟକ, ଜଳମାନବ ଭାବେ ସୁପରିଚିତ ସଞ୍ଜୟ ରୟ, ପ୍ରଦାତା ଅନୁଷ୍ଠାନର ମୁଖ୍ୟ ପ୍ରଦୀପ ଦାଶ, ଜିଲ୍ଲା ଉଦ୍ୟାନ ବିଭାଗ ମୁଖ୍ୟ ସମିର ସାମନ୍ତରାଏ ଓ ଓଡିଶା ଏଡ୍ସ ସେଲ୍ର ପ୍ରତିନିଧି ରାକେଶ ମହାପାତ୍ର ଆଦି ସାମାଜିକ ସଂଗଠନ ଗୁଡିକ ପଇଁ ବର୍ତମାନ ଥିବା ବିଭିନ୍ନ ସୁଯୋଗ ଓ ଆହ୍ୱାନ ଗୁଡିକ ସଂପର୍କରେ ଆଲୋକପାତ କରିଥେôଲ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜିଲ୍ଲାର ବିକାଶରେ ସାମାଜିକ ଅନୁଷ୍ଠାନ ଗୁଡିକର ଭାଗୀଦାରିତାକୁ ପ୍ରଶଂସା କରିବା ସହିତ ଭବିଷ୍ୟତରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ଅନୁରୋଧ କରିଥିଲେ। ତୃତୀୟ ଅଧିବେଶନରେ ପ୍ରାକ୍ତନ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଏବଂ ପଂଚାୟତି ରାଜ ବିଭାଗର ଅତିରିକ୍ତ ସଚିବ ସରୋଜ ଦାଶ ତୃଣମୂଳ ସ୍ତରରେ ଚିରନ୍ତନ ବିକାଶ ଲକ୍ଷ୍ୟର କାର୍ଯ୍ୟକ୍ରମ ଗୁଡିକୁ ପହଂଚାଇବା ପାଇଁ ସରକାରୀ ସ୍ତରରେ ନିଆଯାଇଥିବା ପଦକ୍ଷେପ ଗୁଡିକ ବିଷୟରେ ଆଲୋଚନା କରିଥିଲେ। ପୂର୍ବତନ ସୂଚନା କମିଶନର ଜଗଦାନନ୍ଦ ସାମାଜିକ ଅନୁଷ୍ଠାନ ଗୁଡିକର ଭୂମିକା ଏବଂ ବିକାଶ ପ୍ରକ୍ରିୟାରେ ସେମାନଙ୍କ ଭାଗୀଦାରିତା ସଂପର୍କରେ ଆଲୋଚନା କରିଥିଲେ। ବରିଷ୍ଠ ଆଇନଜୀବି ବିଜୟକୃଷ୍ଣ ପଟ୍ଟନୟକ ସାମାଜିକ ନ୍ୟାୟ ପ୍ରତିଷ୍ଠା ଓ ଅଧିକାର ହାସଲ ଦିଗରେ ସାମାଜିକ ଅନୁଷ୍ଠାନ ଗୁଡିକର ଭୂମିକା ସଂପର୍କରେ ମତ ଦେଇଥିଲେ। ଏହି ଅବସରରେ ସମାଜସେବାରେ ନିଜର ଅବଦାନ ପାଇଁ ଭଞ୍ଜନଗରର ଶୂଳପାଣି ଶତପଥି, ସମାଜସେବୀ ରାମଚନ୍ଦ୍ର ଦାଶ ଓ ବିଜୟକୃଷ୍ଣ ପଟ୍ଟାନାୟକଙ୍କୁ ମାନପତ୍ର ପ୍ରଦାନ ସହ ସମ୍ମାନୀତ କରାଯାଇଥିଲା।

ଅତିଥିମାନେ ଅନୁଷ୍ଠାନର ସ୍ମରଣୀକା ସ୍ୱାତୀର ସ୍ୱର ଓ ବୃତଚିତ୍ରକୁ ଉନ୍ମୋଚନ କରିଥିଲେ। ସ୍ୱାତୀଦ୍ୱାରା ପ୍ରଦର୍ଶିତ ମାଣ୍ଡିଆ ଜାତିୟ ଶସ୍ୟ ସଂପର୍କିତ ପ୍ରଦର୍ଶନୀ ମଧ୍ୟ ବୁଲି ଦେଖିଥିଲେ। ଶେଷରେ ସ୍ୱାତୀ କର୍ମୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ନାଟକ ଇ- ଲାଇବ୍ରେରୀ, ଏବଂ ନଟରାଜ କଳା ମନ୍ଦିର ଦ୍ୱାରା ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଆଦି ପ୍ରଦର୍ଶିତ ହୋଇଥିଲା। ଏହି ସମାବେଶରେ ସ୍ୱାତୀର କର୍ମୀ ମାନଙ୍କ ସହ ନିମନ୍ତ୍ରିତ ବିଭିନ୍ନ ସାମାଜିକ ଅନୁଷ୍ଠାନ କର୍ମକର୍ତା, ବୁଦ୍ଧିଜୀବି, ପଂଚାୟତିରାଜ ପ୍ରତିନିଧି ତଥା ସରକାରୀ ଅଧିକାରୀ ମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଏବଂ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିବା ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀ ମାନଙ୍କୁ ସଂପାଦକ ହରିଶଙ୍କର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅଶୋକ ମହାନ୍ତି ସଂଯୋଜନା କରିଥିବା ବେଳେ ସ୍ୱାତୀ ଅନୁଷ୍ଠାନର କର୍ମୀ ପ୍ରଦୀପ ସ୍ୱାଇଁ , ବୈଦ୍ୟନାଥ ଖଟୁଆ , ରୋହିମ୍ ନାୟକଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ କର୍ମୀମାନେ ପରିଚାଳନାରେ ସହଯୋଗ କରିଥିଲେ।

kalyan agarbati

Comments are closed.