www.samajalive.in
Monday, December 15, 2025
24.1 C
Bhubaneswar

ୱାର୍ଡ ସଭ୍ୟ ଓ ସଭ୍ୟାମାନଙ୍କ ପ୍ରଶିକ୍ଷଣ ଶିବିର

ଫୁଲବାଣୀ: କନ୍ଧମାଳ ଜିଲା ପରିଷଦ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଏବଂ ପଞ୍ଚାୟତିରାଜ ବିଭାଗ ସହାୟତାରେ ଜିଲ୍ଲା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିଚାଳକ ମନୋଜ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ବନ୍ଧଗଡଠାରେ ଥିବା ତାଲିମ କେନ୍ଦ୍ରରେ ତିନି ଦିନିଆ ୱାର୍ଡ ସଭ୍ୟ ଓ ସଭ୍ୟାମାନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ ତାଲିମ ଶିବିର ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ଇଂ. ହରିଶଙ୍କର ରାଉତ ପ୍ରଶିକ୍ଷଣର ରୂପରେଖ ପ୍ରତି ଯୋଡିରହିବା ପାଇଁ ଜନପ୍ରତିନିଧିମାନଙ୍କ ସହଯୋଗ ଲୋଡିଥିଲେ । ଏହି ପ୍ରଶିକ୍ଷଣରୁ ଯେଉଁ ସବୁ ଦିଗ ଉପରେ ତାଲିମ ପ୍ରଦାନ କରାଯିବ ତାହା ନିଜ ନିଜ ଅଞ୍ଚଳରେ ବିକାଶ ଦିଗରେ ସହାୟକ ହୋଇ ପାରିବ ବୋଲି ମଧ୍ୟ ପରାମର୍ଶ ଦେଇଥିଲେ । ତାଲିମ କାର୍ଯ୍ୟକ୍ରମରେ ଫିରିଙ୍ଗିଆର ବ୍ଳକର ୫ଟି ପଂଚାୟତ ପାହିରାଜୁ, କୋଏରମାଣ୍ଡୁ, ସୁମରବନ୍ଧ, ପାଙ୍ଗା ଉପରସାହି ଓ ତଳଦଣ୍ଡିକିଆରୁ ୪୦ରୁ ଊର୍ଦ୍ଧ୍ବ ୱାର୍ଡ ସଭ୍ୟ ଓ ସଭ୍ୟାମାନେ ଉପସ୍ଥିତ ହୋଇଥିବା ବେଳେ ତାଲିମଦାତା ଭାବେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଦ୍ୱାରା ତାଲିମପ୍ରାପ୍ତ ଦେବେନ୍ଦ୍ର କୁମାର ପଣ୍ଡା ଓ ସୂର୍ଯ୍ୟମଣି ପଣ୍ଡା ଯୋଗ ଦେଇଥିଲେ । ବିନୋଦ ବେହେରା, ଗିତାଞ୍ଜଳି କହଁର ଓ ଏଲ୍‌. କିର୍ତି ରେଡି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories