ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୭ ବର୍ଷ ଜେଲ, ୧୦ ହଜାର ଟଙ୍କା ଜରିମାନା

ଫୁଲବାଣୀ: ଫୁଲବାଣୀ ଅତିରିକ୍ତ ଜିଲା ଦୌରା ଜଜ ଏବଂ ସ୍ବତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଦୁଷ୍କର୍ମ କରିଥିବା ମାମଲାର ବିଚାରଣା କରି ଘଟଣାର ୧୨ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ କୁଶ ପରିଛାକୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ।

prayash

ଘଟଣା ଅନୁସାରେ ଅଭିଯୁକ୍ତ କୁଶ ପରିଛା ଗତ ୧୬/୧୦/ ୨୦୧୭ ତାରିଖ ଦିନ ୧୦ଟା ସମୟରେ ନାବାଳିକା ପୀଡିତା ଏକାକି ଘରେ ଥିବା ବେଳେ ଅଭିଯୁକ୍ତ ଘରକୁ ଯାଇ ଦୁଷ୍କର୍ମ କରି ପଳାଇ ଯାଇଥିଲା। ପୀଡିତାଙ୍କ କାନ୍ଦ ଶୁଣି ଘର ପାଖ ଜଙ୍ଗଲରେ ପତ୍ର ତୋଳୁଥିବା ପିତାମାତା ଓ ଅନ୍ୟ ଦୁଇ ଜଣ ଆସି ପହଞ୍ଚିଲେ। ପୀଡିତା ସମସ୍ତ ଘଟଣା ସେମାନଙ୍କୁ କହିବା ପରେ ସେଦିନ ରାତିରେ ପରିବାର ସହ ଯାଇ ଦାରିଙ୍ଗବାଡି ଥାନାରେ ନିଜେ ରିପୋର୍ଟ ଦେଇଥିଲେ। ଅଭିଯୋଗ ଅନୁସାରେ ପୁଲିସ ଏକ ମାମଲା ୯୯/୨୦୧୭ ପୋସ୍କୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା। ସେହି ମାମଲାର ଘଟଣା ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି ।

kalyan agarbati

Comments are closed.