www.samajalive.in
Sunday, December 7, 2025
23.1 C
Bhubaneswar

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଯୁକ୍ତ ୩ ଶେଷବର୍ଷ ପରୀକ୍ଷାଫଳ ପ୍ରକାଶ: ଟିକାବାଲି ମହାବିଦ୍ୟାଳୟର ଛାତ୍ରୀ ଇତିହାସରେ ଟପ୍ପର

ଫୁଲବାଣୀ: ଚଳିତ ବର୍ଷ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ଅନ୍ତିମ ବର୍ଷ କଳା ପରୀକ୍ଷା ଫଳ ପ୍ରକାଶ ହୋଇଛି। ଏଥିରେ ଇତିହାସ ବିଭାଗରେ କନ୍ଧମାଳ ଜିଲା ଟିକାବାଲି ସ୍ଥିତ ଏଏମ୍ସିଏସ୍ ମହାବିଦ୍ୟାଳୟର ଛାତ୍ରୀ ସଙ୍ଗୀତା ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସୁଶ୍ରୀ ସଙ୍ଗୀତାଙ୍କ ଘର ହେଉଛି ଚକାପାଦ ବ୍ଳକ ଅନ୍ତର୍ଗତ ପସରା ଗ୍ରାମରେ।ଅକ୍ଷୟ ସାହୁ ଓ ମାତାଙ୍କ ନାମ ପଦ୍ୱାବତୀ ସାହୁଙ୍କ କନିଷ୍ଠକନ୍ୟା ହେଉଛନ୍ତି ସଙ୍ଗୀତା। ୨୪୦୦ ମାର୍କରୁ ସେ ୧୯୫୧ ମାର୍କ ଆଣିଛନ୍ତି। ତାଙ୍କ ସଫଳତା ପାଇଁ ସେ ପରିବାର ବର୍ଗ, ମହାବିଦ୍ୟାୟର ଅଧ୍ୟାପକ ଓ ଅଧ୍ୟାପିକା ଓ ସହପାଠି ମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।
ସେହିଭଳି ଉକ୍ତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଛାତ୍ରୀ ମୋନାଲିସା ପ୍ରଧାନ ମଧ୍ୟ ଚଳିତ ବର୍ଷ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷ କଳା ପରୀକ୍ଷାରେ ମଧ୍ୟ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ନିଜ ଘର ଖଜୁରିପଡ଼ା ଅଞ୍ଚଳରେ। ମହାବିଦ୍ୟାଳୟର ୨ ଜଣ ଛାତ୍ରୀଙ୍କ କୃତିତ୍ୱ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଧର ଦାସ , ଓଡ଼ିଆ ବିଭାଗ ମୁଖ୍ୟ ଦିନବନ୍ଧୁ ମହାନ୍ତି , ଇତିହାସ ବିଭାଗ ମୁଖ୍ୟ ବିଷ୍ଣୁ ପ୍ରସାଦ ରଥ ଓ ଅଧ୍ୟାପିକା ନିବେଦିତା ଭୋଇ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ଉଭୟଙ୍କର ଭବିଷ୍ରତ ଉଜ୍ୱଳ କାମନା କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories