ଜ୍ବର ଓ ଝାଡ଼ାରେ ଆକ୍ରାନ୍ତ ୨୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ
ଫୁଲବାଣୀ: ଖଜୁରିପଡ଼ା ବ୍ଲକ ପିରୁକୁଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲର ୨୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ବିଦ୍ୟାଳୟର ୨୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଜ୍ବର ଓ ଝାଡ଼ାରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ବୋରିଂ ପାଣି ପିଇବାରୁ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇଥିବା ସନ୍ଦେହ କରାଯାଉଛି। ଅୁସ୍ଥ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟର ନିର୍ଦେଶରେ ଖଜୁରୀପଡ଼ାର ଏକ ସ୍ବତନ୍ତ୍ର ଟିମ୍ର ପିରୁକୁଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆସି ଯାଞ୍ଚ ପରେ ଫେରିଯାଇଥିବା ସୂଚନା ମିଳିଛି।
କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ପିରିକୁଡି ପଞ୍ଚାୟତ ପିରିକୁଡି ହାଇସ୍କୁଲର ୨୦ଛାତ୍ରଛାତ୍ରୀ (ଅନ୍ତେବ।ସି) ଝାଡା ବାନ୍ତି ଓ ଜ୍ବରରେ ଆକ୍ରାନ୍ତ ହୋଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଛାତ୍ର ଛାତ୍ରୀ ଭର୍ତି କରାଯାଇଥିବା ଜଣାପଡିଛି । ଗତ ତିନିଦିନ ହେଲା ଛାତ୍ରଛାତ୍ରୀ ମାନଙ୍କ କୌଣସି କାରଣରୁ ଦେହ ଅସୁସ୍ତ ରହିଥିଲା। ସୂଚନା ପାଇ ଖଜୁରୀପଡା ଡାକ୍ତରୀ ଟିମ ହାଇସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଚିକିତ୍ସା କରିଥିଲେ। କିନ୍ତୁ ଛାତ୍ରଛାତ୍ରୀ ଙ୍କ ଚିକିତ୍ସା ରେ ସୁଧର ନ ଆସିବାରୁ ଉଚ୍ଚ ଚିକିତ୍ସା ନିମନ୍ତେ ୧୨ ଜଣ ସନ୍ଧ୍ୟାରାଣୀ କହଁର, ରୂପାଲି କହଁର, ଶ୍ରଦ୍ଧାଞ୍ଜଳି କହଁର, ଅମନ ସେଠି, ଝିଲି କହଁର, ସାନବି ପ୍ରଧାନ, ଦେବରାଜ କହଁର, ରାମାୟଣ କହଁର, କାଜଲ ଜାନୀ, ପ୍ରଜ୍ଞା ବେହେରା, କାମରାଜୁ କହଁର, ମାସ ଦିଗାଲଙ୍କୁ ଆଜି ପୁଣି ଥରେପ୍ରଧାନ ଶିକ୍ଷକ ପବିତ୍ର ମୋହନ ଦାସ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l ସେଠାରେ ଚିକିତ୍ସା ପରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ତା ସ୍ଥିରରହି ଥିବାବେଳେ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଛାଡି ଦିଆଯାଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ ସୂଚନା ଦେଇଛନ୍ତି l
Comments are closed.