କେନ୍ଦୁପତ୍ର ସଂଗ୍ରହ ମୂଲ୍ୟରେ ବୃଦ୍ଧି; ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଫୁଲବାଣୀ: ରାଜ୍ୟର କେନ୍ଦୁପତ୍ର ତୋଳାଳି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନୂତନ ଯୋଜନା । ଏହି ଯୋଜନା ଅନୁଯାୟୀ, କେନ୍ଦୁପତ୍ରର ସଂଗ୍ରହ ମୂଲ୍ୟ ବୃଦ୍ଧି କରାଯାଇଛି । ଯାହା ଫଳରେ ୨୦୨୨ ଫସଲ ବର୍ଷ ପାଇଁ କେନ୍ଦୁପତ୍ର ତୋଳାଳୀ ମାନେ ୨୪୦ କୋଟି ଟଙ୍କାର ଅଧିକ ଲାଭ ପାଇବେ ବୋଲି ସରକର କହିଛନ୍ତି । ଏଥିସହ ବୋନସ ଓ ଅନ୍ୟାନ୍ୟ ଭତ୍ତା ପାଇଁ ୧୨୦ କୋଟି ଟଙ୍କାର ଅନୁଦାନ ରାଶି ମଧ୍ୟ ଘୋଷଣା କରାଯାଇଛି । ଏହାଦ୍ୱାରା ରାଜ୍ୟର ୮ ଲକ୍ଷ ତୋଳାଳି ଓ ସିଜନାଲ କର୍ମଚାରୀ ଉପକୃତ ହେବେ ।

prayash

କେନ୍ଦୁପତ୍ର ବ୍ୟବସାୟର ସମସ୍ତ ଲାଭକୁ ରାଜ୍ୟ ସରକାର ତୋଳାଳି, ବନ୍ଧାଳି ଓ ଅନ୍ୟ କର୍ମଚାରୀଙ୍କ ପାଇଁ ବିନିଯୋଗ କରୁଥିବା କୁହାଯାଇଛି । କେନ୍ଦୁପତ୍ର ତୋଳାଳୀ ଓ ସିଜନାଲ ଷ୍ଟାଫଙ୍କ ଏହି ଅନେକ ଦିନର ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରି ଏଭଳି ନିଷ୍ପତ୍ତି ନେଇ ଥିବାରୁ ଏହାକୁ ସ୍ୱାଗତ କରିଛନ୍ତି ଓଡିଶା କେନ୍ଦୁପତ୍ର କର୍ମଚା୍‌ରୀ ସଂଘର କନ୍ଧମାଳ ଡିଭିଜନ ସଂପାଦକ ସରୋଜ କର୍ଣ୍ଣ । ଏହା ଯୋଗୁଁ କନ୍ଧମାଳ ଡିଭିଜନ ଅଧୀନରେ ଥିବା ୫୦ ହଜାର କେନ୍ଦୁପତ୍ର ତୋଳାଳୀ ଓ ୪ ହଜାର ସିଜନାଲ କର୍ମଚାରୀ ଉପକୃତ ହେବେ ବୋଲି ସେ ପ୍ରକାଶ କରିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

kalyan agarbati

Comments are closed.