ପିକଅପ୍-ବାଇକ୍ ମୁହାଁମୁହିଁ ଧକ୍କା, ୨ଗୁରୁତର

ଫୁଲବାଣୀ: ପିକଅପ୍ ଓ ବାଇକ୍ ଧକ୍କାରେ ୨ ଜଣ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଗତକାଲି ସନ୍ଧ୍ୟା ସମୟରେ ରତଙ୍ଗ ପଞ୍ଚାୟତ ଗେଟ୍ ସମ୍ମୁଖରେ ଏକ ପିକଅପ ଓ ବାଇକ୍‌ ମୁହାଁ ମୁହି ଧକ୍କା ହୋଇଥିଲା । ଖବର ପାଇ ଫିରିଙ୍ଗିଆ ଦମକଳ ବାହିନୀ  ଓ ସ୍ୱେଚ୍ଛାସେବୀ ସଞ୍ଜୟ ଦିଗାଲ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆହତ ହୋଇଥିବା ଦୁଇ ଜଣଙ୍କ ମଧ୍ୟରେ ଜଣେ ଜନକ ବେହେରା (୩୨) ରାଇକିଆ ବ୍ଲକ ଲେଙ୍ଗୁ ମାହା ଗ୍ରାମର ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟ ଜଣେ ଗଞ୍ଜାମ ଜିଲ୍ଲା ରମ୍ଭା ଗାଁର କନ୍ଧ ବେହେରା ବୋଲି ଜଣାପଡିଛି । ତେବେ ଦୁର୍ଘଟଣା ଘଟାଇ ଥିବା ଗାଡ଼ିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଛି । ପୁଲିସ ଗାଡ଼ିର ହେଲ୍ପରକୁ ଅଟକ ରଖି ପଚରା ଉଚୁରା କରୁଥିବା ଜଣା ପଡ଼ିଛି । ତେବେ ଉଭୟଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଫୁଲବାଣୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ପୁଲିସ ସୂଚନା ଦେଇଛି ।

Comments are closed.