www.samajalive.in
Sunday, December 7, 2025
18.1 C
Bhubaneswar

କମିଲା ପେଟ୍ରୋଲ ଡିଜେଲ ଦର

ନୂଅଦିଲ୍ଲୀ: ଅଶୋଧିତ ତୈଳ ବଜାରରେ ପେଟ୍ରୋଲ ଡିଜେଲ ଦାମ୍‌ ହ୍ରାସ ପାଇଛି ।  ତୈଳ କମ୍ପାନୀଗୁଡିକ ଆଜି ନୂଆ ତେଲ ଦର ଲାଗୁ କରିଛନ୍ତି । ଯେଉଁଥିରେ ଉତ୍ତରପ୍ରଦେଶ ଏବଂ ବିହାରର ଅନେକ ସହରରେ ତୈଳ ଦର ହ୍ରାସ ପାଇଛି । ହେଲେ ଦିଲ୍ଲୀ ଓ ମୁମ୍ବାଇ ସମେତ ଦେଶର ଚାରୋଟି ମେଟ୍ରୋ ସହରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପରିବର୍ତ୍ତନ ହୋଇନାହିଁ ।

ପ୍ରକାଶ ପାଇଥିବା ନୂତନ ମୂଲ୍ୟ ଅନୁଯାୟୀ ଉତ୍ତରପ୍ରଦେଶର ନୋଏଡା-ଗ୍ରେଟର ନୋଏଡାରେ ପେଟ୍ରୋଲ ୩୫ ପଇସା ଶସ୍ତା ହୋଇ ଲିଟର ପିଛା ୯୬.୬୫ ଟଙ୍କା ରହିଛି । ଏଥି ସହିତ ଡିଜେଲର ମୂଲ୍ୟ ୩୨ ପଇସା ହ୍ରାସ ପାଇଛି । ଢିଜେଲ ଲିଟର ପିଛା ୮୯.୮୨ ରହିଛି। ସେହିପରି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପେଟ୍ରୋଲ ଲିଟର ପିଛା ୯୬.୫୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୭୬ ଟଙ୍କା ରହିଛି । ବିହାରର ରାଜଧାନୀ ପାଟନାରେ ମଧ୍ୟ କମିଛି ପେଟ୍ରୋଲ ଡିଜେଲ ଦର । ପେଟ୍ରୋଲ ୮୨ ପଇସା ହ୍ରାସ ପାଇ ଲିଟର ପିଛା ୧୦୭.୩୦ ଟଙ୍କା ଏବଂ ଡିଜେଲ ୭୭ ପଇସା ହ୍ରାସ ପାଇ ୯୪.୦୯ ଟଙ୍କା ହୋଇଛି । ସେହିପରି ଦେଶର ବିଭିନ୍ନ ରାଜ୍ୟରେ ତୈଳ ଦର ହ୍ରାସ ପାଇଛି । ହେଲେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତାରେ ତୈଳ ଦର ଅପରିବର୍ତ୍ତିତ ରହିଛି ।

- Advertisement -

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬.୬୫ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୮୨ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ୧୦୬.୩୧ ଟଙ୍କା ଓ ଡିଜେଲ ୯୪.୨୭ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ୧୦୨.୬୩ ଟଙ୍କା ପେଟ୍ରୋଲ ରହିଥିବା ବେଳେ ୯୪.୨୪ଟଙ୍କା ରହିଛି ଡିଜେଲ ଦର । କୋଲକାତାରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୧୦୬.୦୩ ଟଙ୍କା ରହିଛି । ଡିଜେଲ ଲିଟର ପିଛା ୯୨.୭୬ଟଙ୍କା ରହିଛି ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories