ବସଷ୍ଟାଣ୍ଡରୁ ଦୁଇ ଶିଶୁ କନ୍ୟା ଉଦ୍ଧାର

0

ଅନୁଗୁଳ: ଅନୁଗୁଳ ବସଷ୍ଟାଣ୍ଡରୁ ଦୁଇ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକ ଦୁଇ ଶିଶୁଙ୍କୁ ଉଦ୍ଧାର କରି ପୁଲିସର ଜିମା ଦେଇଛନ୍ତି। ଉଦ୍ଧାର ହୋଇଥିବା ଶିଶୁ ଦୁଇ ଭଉଣୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଉଦ୍ଧାର ହୋଇଥିବା ଦୁଇ ଶିଶୁଙ୍କ ନାମ ସୁଶୀଳା(୬) ଓ ଗଙ୍ଗା(୪) ଓ ଘର ଅନୁଗୁଳ ଜିଲା କଣିହାଁ ବ୍ଲକର ବୋଲି ପୁଲିସ କହିଛି।
ସୂଚନା ଅନୁଯାୟୀ କେହି ଜଣେ ଅଜଣା ମହିଳା ନିଜକୁ ଦୁଇ ଶିଶୁଙ୍କ ସମ୍ପର୍କୀୟର ପରିଚୟ ଦେଇ ସିଡ଼ବ୍ଲୁସିକୁ ଛାଡ଼ିବାକୁ ଆସିଥିଲେ। ସେଠାରେ ତାଙ୍କୁ କୌଣସି କାରଣରୁ ଫେରାଇ ଦିଆଯାଇଥଲା। ସେ ଶିଶୁଙ୍କୁ ଘରକୁ ନ ନେଇ ଉଭୟଙ୍କୁ ବସ ଷ୍ଟାଣ୍ଡରେ ଛାଡ଼ି ପଳାଇଥିଲେ। ଭୋର ୪ଟା ସମୟରେ ସ୍ଥାନୀୟ ଲୋକେ ଦୁଇ ଶିଶୁଙ୍କୁ ବୁଲୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁ ଦୁଇ ଜଣଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ପରେ ଶିଶୁଙ୍କୁ ସିଡ଼ବ୍ଲୁସିକୁ ହସ୍ତାନ୍ତର କରାଯାଇଛି।

Leave A Reply