www.samajalive.in
Monday, December 15, 2025
24.1 C
Bhubaneswar

ଟିକାକରଣର ସୁବିଧା ପାଇପାରୁନାହାନ୍ତି ଦୁର୍ଗମ ଅଞ୍ଚଳର ଲୋକେ

ଲାଞ୍ଜିଗଡ଼ : କରୋନାର ଦ୍ୱିତୀୟ ଲହରୀ ମାଡି ଆସିବା ଆଶଙ୍କା ବୃଦ୍ଧି ପାଇବା ପରେ ଏବେ ଟିକାକରଣ ଉପରେ ବେଶ୍ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ କରୋନା ଟିକାକରଣକୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତ୍ୱରାନ୍ୱିତ କରାଯାଇଥିବାବେଳେ ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ଟିକାକରଣରେ ବାଧା ଉପୁଜୁଛି। ଲାଞ୍ଜିଗଡ ବ୍ଲକର ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଲାଞ୍ଜିଗଡରୋଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ଚାଲିଥିବାବେଳେ ଏଥିରେ ଦୈନିକ ତିନିଶହରୁ ଉର୍ଦ୍ଧ୍ବ ବୟସ୍କ ନାଗରିକ ଟିକା ଗ୍ରହଣ କରୁଛନ୍ତି। ଏପ୍ରିଲ ପହିଲାରୁ ୪୫ ବର୍ଷ ବୟସର ଲୋକଙ୍କୁ ଟିକା ନେବା ପାଇଁ ସରକାର ଅନୁମତି ଦେବା ପରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇଛି। ଅପରପକ୍ଷରେ ବେଶ୍ କିଛିଦିନର ବ୍ୟବଧାନ ପରେ ଗତକାଲିଠାରୁ ବ୍ଲକ ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି। ଗତକାଲି ପାଞ୍ଚଜଣ ଓ ଆଜି ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଆହୁରି ସଜାଗ ହୋଇଉଠିଛି। ବ୍ଲକ ଅଞ୍ଚଳରେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଥିବାବେଳେ ତିନୋଟି କେନ୍ଦ୍ରରେ ବ୍ଲକର ୧୬ଟି ଗ୍ରାମପଞ୍ଚାୟତ ଅଞ୍ଚଳର ଲୋକେ ଟିକା ନେବାରେ ସକ୍ଷମ ହେଉଛନ୍ତି। ତେବେ ବ୍ଲକର ୨୬ଟି ଗ୍ରାମପଞ୍ଚାୟତ ମଧ୍ୟରୁ ୧୦ଟି ଗ୍ରାମପଞ୍ଚାୟତ ଘାଟି ଅଞ୍ଚଳରେ ଥିବାବେଳେ ସେଇ ଅଞ୍ଚଳରେ କୌଣସି ମୋବାଇଲ ନେଟୱାର୍କ ନାହିଁ। ଏହିପରି ଭାବେ ଯୋଗାଯୋଗ ଅଭାବରୁ କାନକୁଟ୍ରୁ, ବେଡାଗାଁ, ବନ୍ଧପାରି, ପାହାଡପଦର, ମାଳିଯୁବାଙ୍ଗ, ଲାଖବାହାଲି, ଲାଞ୍ଜି, କୁମଖାଲ, ବିଜେପୁର, ବେନଗାଁ ଗ୍ରାମପଞ୍ଚାୟତ ଅଞ୍ଚଳର ବୃଦ୍ଧବୃଦ୍ଧା ତଥା ବୟସ୍କ ନାଗରିକମାନେ ବିଶ୍ୱନାଥପୁର କିମ୍ବା ଲାଞ୍ଜିଗଡସ୍ଥିତ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେବାରେ ଅକ୍ଷମ ହେଉଛନ୍ତି। ବ୍ଲକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ମଧ୍ୟ ଚିନ୍ତା ଉଦ୍ରେକ କରିଛି। ଏଣୁ ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ କଳାହାଣ୍ଡି ଜିଲ୍ଲାପାଳଙ୍କୁ ପତ୍ର ଲେଖି ଘାଟି ଅଞ୍ଚଳର ଲୋକଙ୍କ ଟିକାକରଣ ପାଇଁ ବେନଗାଁଠାରେ ଏକ ଟିକାକରଣ କେନ୍ଦ୍ର ଖୋଲିବାକୁ ଅନୁରୋଧ କରିଛନ୍ତି। ଏନେଇ ସେ ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବା ସହିତ ବେନଗାଁଠାରେ ଟିକାକରଣ କେନ୍ଦ୍ର ଖୋଲାଯିବା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories