www.samajalive.in
Friday, December 5, 2025
27.1 C
Bhubaneswar

ଟାଟା ପାୱାରର ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ପ୍ରତିବାଦରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ରେଙ୍ଗାଲି କ୍ୟାମ୍ପ : କରୋନା ମହାମାରୀର ତାଣ୍ଡବ ଲୀଳାରେ ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ଆର୍ଥିକ ମେରୁଦଣ୍ଡ  ଭାଙ୍ଗି ପଡିଥିବା ବେଳେ ଏବେ ପୁଣି “ଟାଟା ପାୱାର” ର ଅହେତୁକ  ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କରେ ଲୋକଙ୍କ ଆର୍ଥିକ ଚିନ୍ତା ବହୁଗୁଣିତ କରିଦେଇଛି। ତେଣୁ ଏହାର ପ୍ରତିବାଦ କରି ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ଅତାବିରା ବ୍ଲକ କଂଗ୍ରେସର ସଭାପତି ଶ୍ରୀ ଦୟାସାଗର ମେଣ୍ଡେଳୀଙ୍କ ଅଧ୍ୟକ୍ଷତାରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଥାନୀୟ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ  ଶ୍ରୀ ବିଜୟ ବେହେରାଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବର୍ଦ୍ଧିତ ଦର ପ୍ରତ୍ୟାହାର କରିବା ପାଇଁ ଏକ ଦାବିପତ୍ର  ପ୍ରଦାନ କରିଛନ୍ତି। ୨୦୧୬ମସିହାରେ ବିମୁଦ୍ରାୟନ ଓ ମହାମାରୀ କରୋନା ଯୋଗୁଁ  ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ତଥା ଅଣୁ ଓ କ୍ଷୁଦ୍ର ଶିଳ୍ପ ଗୁଡ଼ିକର ଆର୍ଥିକ ଅବସ୍ଥା ଦୁର୍ବଳ ହେବା ସହ କ୍ରୟ ଶକ୍ତି କମିଯାଇଛି। ଏପରି ଏକ ପ୍ରତିକୂଳ ପରିସ୍ଥିତିରେ ବର୍ଦ୍ଧିତ ବିଦ୍ୟୁତ୍ ଦର ବୋଝ ଉପରେ ନଳିତା ବିଡା ପରି ହୋଇଛି। ବିଶେଷ କରି “ଟାଟା ପାୱାର “କମ୍ପାନୀ  ବିତରଣ ଦାୟିତ୍ଵ ନେବା ପରଠାରୁ  ଗତ ୭ମାସ ମଧ୍ୟରେ ଦୁଇ ଥର  ୟୁନିଟ୍ ପିଛା ୫୦ପଇସା ବୃଦ୍ଧି ଘଟିଛି। ଏହି ବର୍ଦ୍ଧିତ ଦର ଅନୁସାରେ ୨୦୦ୟୁନିଟ୍ ବ୍ୟବହାରକାରୀଙ୍କ ପାଇଁ ୟୁନିଟ୍ ପିଛା ୫ଟଙ୍କା୬୦ ପଇସା ଓ ୪୦୦ରୁ ଅଧିକ ୟୁନିଟ୍ ବ୍ୟବହାରକାରୀଙ୍କ ପାଇଁ ୟୁନିଟ୍ ପିଛା ୬ଟଙ୍କା ୨୦ପଇସା ଦେବାକୁ ପଡ଼ୁଛି। କିନ୍ତୁ ଆମ ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ ର କ୍ରୟ ୟୁନିଟ୍ ପିଛା ୩୦ପଇସା ପଡ଼ୁଥିବା ବେଳେ ଉପଭୋକ୍ତାଙ୍କ ପାଇଁ ଦୁଇ ଗୁଣରୁ ଅଧିକ ବୃଦ୍ଧି କରାଯାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ବର୍ଦ୍ଧିତ ଦର କୁ ପ୍ରତ୍ୟାହାର କରିବା ପାଇଁ ଦାବି ପତ୍ରରେ ଉଲ୍ଲେଖ ରହିଛି। ଏହି ଦାବି ପତ୍ର ପ୍ରଦାନ ବେଳେ ବ୍ଲକ କଂଗ୍ରେସର ସମ୍ପାଦକ ପ୍ରମୋଦ କୁମାର ମହାକୁର,ଯୁବ କଂଗ୍ରେସ ସଭାପତି ଦୀପକ ରାଏ,ପୂର୍ବତନ କଂଗ୍ରେସ କାଉନସିଲର ମୁକେଶ ଅଗ୍ରୱାଲ,ଜିତୁ ଭୋଇ,ବଳରାମ ସାହୁ,ଅକ୍ଷୟ ମହାପାତ୍ର,ମନୋଜ କୁମାର ଅଗ୍ରୱାଲ,ସୁରେଶ୍ ମାଝୀ,ଗୌରାଙ୍ଗ ଦୀପ,ସୁରେନ୍ଦ୍ର ମହାକୁର,ସାହେବ ପ୍ରଧାନ, ସିତେଶ  ଅଗ୍ରୱାଲ,ଏମ୍ ସୁରି ରାଓ,ବୃନ୍ଦାବନ ଦୀପ ,ଗୁଣନିଧି ପ୍ରଧାନ,ଜି ଶ୍ରୀନିବାସ ରାଓ ପ୍ରମୁଖ  ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories