www.samajalive.in
Saturday, December 13, 2025
23.1 C
Bhubaneswar

ଅଡବାରେ “ପିଠା କାର୍ଯ୍ୟକ୍ରମ”

ମୋହନା : ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜନସଚେତନତା ସୃଷ୍ଟି କରିବା ସହିତ ଯୋଜନାର ସୁଫଳ ଭାବରେ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୁଆ ଯୋଜନା ପିଠାର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବାଟମାରଣା ନହୋଇ ଯେପରି ଲୋକଙ୍କ ନିକଟରେ ପହଞ୍ଚି ପାରିବା ଲକ୍ଷ୍ୟ ଏହି ଯୋଜନା କାର୍ଯ୍ୟକରାଯାଉଛି। ଗୁରୁବାର ମୋହନା ବ୍ଳକ ଅନ୍ତର୍ଗତ ଅଡବା ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିଷଦରେ ସ୍ଥାନୀୟ ସରପଞ୍ଚ ପ୍ରଦୀପ ଦଳବେହେରାଙ୍କ ଅଧ୍ୟକ୍ଷତାରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ ସମସ୍ତ ଲୋକଙ୍କୁ ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ, ରାଜ୍ୟସରକାରଙ୍କ ଅଧିନରେ ଚାଲିଥିବା ଆମ ଗାଁ ଆମ ବିକାଶ, ବିଜୁ ପକ୍କା ଘର, ପରିବେଶ ସୁରକ୍ଷା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା, ନିର୍ମାଶ ଶ୍ରମିକଙ୍କ ପାଇଁ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅଧିକାରୀମାନେ ବୁଝାଇବା ସହିତ ସେମାନଙ୍କ ଅଧିକାର ସେମାନଙ୍କ ନିକଟରେ ସିଧାସଳଖ ପହଞ୍ଚାଇବା ପାଇଁ କହିଥିଲେ। ଏହି କାର୍ଯ୍ୟକ୍ରମରେ ବୃଦ୍ଧ, ବୃଦ୍ଧା ଓ ଭୀନ୍ନକ୍ଷମ ମାନଙ୍କୁ ମଧୁବାବୁ ପେନସନ ଓ ଇନ୍ଦିରାଗାନ୍ଧୀ ପେନସନ ଯୋଜନାରେ ୩୬ ଜଣଙ୍କୁ ୬୦୦ ଟଙ୍କା ହିସାବରେ ଏବଂ ବିଜୁ କୃଷକ କଲ୍ୟାଣ ଯୋଜନା ମାଧ୍ୟମରେ ୭୮୪ ଜଣଙ୍କୁ କାର୍ଡ ବଂଟନ କରାଯାଇଥିଲା। ଅଡବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିଗାମ୍ବର ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ମୋହନା ବ୍ଳକ କନିଷ୍ଠ ଯନ୍ତ୍ରୀ ହରିକୃଷ୍ଣ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories