www.samajalive.in
Friday, December 5, 2025
23.1 C
Bhubaneswar

ରାୟଗଡ଼ା ସୀମାନ୍ତରେ ତନଖି ଜୋରଦାର

ରାୟଗଡ଼ା: ଡିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ମାଓ ସଂଗଠନ ପକ୍ଷରୁ ପିଏଲଜିଏ ସପ୍ତାହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲା ସୀମାନ୍ତ କେରେଡାଠାରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ତରଫରୁ ଗାଡି ତନଖିକୁ ଜୋରଦାର କରାଯାଇଛି। ରାୟଗଡ଼ା ସୀମାରୁ ଯାଉଥିବା ପ୍ରତ୍ୟେକ ଗାଡ଼ିର କାଗଜପତ୍ର ତନ୍ନତନ୍ନ ଯାଞ୍ଚ କରାଯାଉଛି। କିଛିବର୍ଷ ତଳେ ଇରୁକୁବାଡ଼ି ପଞ୍ଚାୟତର ମାଓଗେଣ୍ଡା ପାହାଡ଼ରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୪ରୁ ଅଧିକ ଆନ୍ଧ୍ର ମାଓବାଦୀ ପ୍ରାଣ ହରାଇଥିଲେ।

ସୀମାନ୍ତ ଆନ୍ଧ୍ରର ଅନେକ ଗ୍ରାମ ରାୟଗଡ଼ା ଜିଲାକୁ ଘେରି ରହିଛି। ତିନିବର୍ଷ ହେଲା ଆନ୍ଧ୍ରର ଗାଇପକା, କୁଣ୍ଟେଶୁ, ରଚାପଖା ଆଦି ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଉପରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନଜର ରଖିଛି। ସରକାରଙ୍କ ନିର୍ଦେଶ ଅନୁସାରେ ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ବୋଲି କେନ୍ଦ୍ରୀୟ ସୁରକ୍ଷା ବାହିନୀ ଅଧିକାରୀ କ୍ଷେତ୍ରପାଲ ସିଂ କହିଛନ୍ତି।

Hot this week

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

Related Articles

Popular Categories