www.samajalive.in
Saturday, December 13, 2025
23.1 C
Bhubaneswar

ମୋଟେର ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଟଙ୍କା ହେରଫେର ଅଭିଯୋଗ ; ମ୍ୟାନେଜର ଓ କ୍ୟାସିୟର ଅଟକ

ଧର୍ମଗଡ : କୋକସରା ବ୍ଳକ ମୋଟେର ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ୧କୋଟି ୨୪ ଲକ୍ଷ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଭବାନିପାଟଣାସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଆଞ୍ଚଳିକ ପରିଚାଳକ କୋକସରା ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ କରି ସେହି ବ୍ୟାଙ୍କର ଦୁଇ ଜଣ କର୍ମଚାରୀଙ୍କୁ ଅଟକ ରଖିଛି। ଅଟକଥିବା ବ୍ୟାଙ୍କ କର୍ମଚାରୀମାନେ ହେଲେ ମୋଟେର ୟୁଜିବି ଶାଖା ପରିଚାଳକ ପ୍ରବୀଣ ଠାକୁର ଓ କ୍ୟାସିୟର ଲଲିତ ଶବର। ପୁଲିସରୁ ମିଳିଥିବା ସୂଚନାନୁଯାୟୀ ମୋଟେର ୟୁଜିବି ଶାଖା ପରିଚାଳକ ପ୍ରବୀଣ ଠାକୁର ପେଟିଏମ ଜରିଆରେ ଅନଲାଇନ ସପିଙ୍ଗରେ ଏକ କୁର୍ତ୍ତା ଅର୍ଡର କରିଥିବା କହିଛନ୍ତି। ଯାହାର ଦାମ ଥିଲା ମାତ୍ର ୧୪୦୦ଟଙ୍କା। କ୍ୟାସ ଅନ ଡେିଲିଭରି ଥିବାରୁ କୋରିଅରରେ କୁର୍ତ୍ତା ଆସିବାପରେ ଶ୍ରୀ ଠାକୁର ୧୪୦୦ଟଙ୍କା ପେମେଣ୍ଟ କରିଥିଲେ। ପରେ ପରେ ପେଟିଏମ କଂପାନି ତରଫରୁ ହୋଇଥିବା ଲକି ଡ୍ରରେ ସେ ମହିନ୍ଦ୍ରା କଂପାନିର ଏକ ଟିୟୁଭି ଗାଡି ଜିତିଥିବା ନେଇ ଏକ ଫୋନ କଲ ଆସିଥିଲା। ଏଥିପାଇଁ ତାଙ୍କୁ ପ୍ରୋସେସିଙ୍ଗ ଫିଜ ବାବଦକୁ ୧୧,୫୦୦ଟଙ୍କା ଦେବାକୁ କୁହାଯାଇଥିଲା। ଯାହା ଶ୍ରୀ ଠାକୁର ପେମେଣ୍ଟ କରିଥିଲେ। ପରେ ପରେ ପର୍ଯ୍ୟାୟକ୍ରମେ ଆରଟିଓ ଖର୍ଚ୍ଚ,ଏନଓସି ପାଇଁ ଟଙ୍କା ଆଦି ନାଁରେ ୪୬ ହଜାର ,୬୭ ହଜାର,୭୭ ହଜାର ପେମେଣ୍ଟଦେବାକୁ ତାଙ୍କୁ କୁହାଯାଇଥିଲା ଓ ସେ ତଦନୁଯାୟୀ ଟଙ୍କା ଜମା କରୁଥିଲେ। ଏହିପରି ମୋଟ ୧କୋଟି ୨୪ଲକ୍ଷ ଟଙ୍କା ଶ୍ରୀ ଠାକୁର ପେମେଣ୍ଟ କରିଥିଲେ। କିନ୍ତୁ ଏଥିପାଇଁ ଠାକୁର ନିଜ ଏକାଉଣ୍ଟର ପଇସାକୁ ପ୍ରଦାନ କରିନଥିଲେ। ଏଥିପାଇଁ ସେ ବ୍ୟାଙ୍କକୁ ଲୁଟିଥିଲେ। ବ୍ୟାଙ୍କ ଏକାଉଣ୍ଟକୁ ନିଜ ଆକାଉଣ୍ଟରେ ଟ୍ରାନ୍ସଫର କରିଥିଲେ।ଏହି କାମରେ କ୍ୟାସିୟର ଶ୍ରୀ ଲଲିତ ଶବର ସାହାଯ୍ୟ କରୁଥିଲେ। ନିୟମାନୁଯାୟୀ ବ୍ୟାଙ୍କର ଜମା ରାଶି ସ୍ଥାନିୟ କୌଣସି ବଡ ବ୍ୟାଙ୍କ ବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଜମା ରହିବା କଥା। ଶ୍ରୀ ଠାକୁର ତାହା ନକରି ବ୍ୟାଙ୍କର ସମସ୍ତ ପଇସାକୁ ନିଜ ଏକାଉଣ୍ଟକୁ ଟ୍ରାନ୍ସଫର କରୁଥିଲେ। ତେବେ ଘଟଣା ସଂପର୍କରେ ରିଜିଓନାଲ ମ୍ୟାନେଜର ଅବଗତ ହେବା ପରେ କ୍ୟାସ ରେକର୍ଡ ଯାଞ୍ଚ କରି ୧କୋଟି ୨୪ଲକ୍ଷ ଟଙ୍କା ହେରଫେର ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ରିଜିଓନା ମ୍ୟାନେଜର ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ କରି ବ୍ୟାଙ୍କ ମ୍ୟାନେଜର ପ୍ରବୀଣ ଠାକୁର ଓ କ୍ୟାସିୟର ଲଲିତ ଶବରଙ୍କୁ ଅଟକ ରଖି ପଚାରଉଚୁରା କରିଥିବା ଧର୍ମଗଡ ଉପଖଣ୍ଡ ପୁଲିସ ଅଧିକାରୀ ସୁରେନ୍ଦ୍ର ନାଥ ଶତପଥୀ ପ୍ରକାଶ କରିଛନ୍ତି।

Hot this week

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

Related Articles

Popular Categories