www.samajalive.in
Saturday, December 6, 2025
16.1 C
Bhubaneswar

ଏହି ବ୍ୟକ୍ତିମାନେ ବାଦାମ ଖାଆନ୍ତୁ ନାହିଁ

ଆପଣ ବାଦାମ ଖାଇବାର ଅନେକ ଉପକାରିତା ବିଷୟରେ ଜାଣିଛନ୍ତି। ସ୍ମୃତି ଶକ୍ତି ବୃଦ୍ଧି କରିବା ପାଇଁ ପ୍ରତିଦିନ ବାଦାମ ଖାଇବାକୁ କୁହାଯାଇଥାଏ। ଏହାକୁ ଅନେକ ବ୍ୟକ୍ତି ସୁସ୍ଥ ରହିବା ପାଇଁ ଖାଇ ଥାଆନ୍ତି। ବାଦାମରେ ପ୍ରୋଟିନ, ଭିଟାମିନ ଓ ମିନେରାଲ୍ସ ପର୍ଯ୍ୟାପ୍ତ ପରିମାଣରେ ରହିଛି। ଏହା ଖାଇବା ମୁହଁ ପାଇଁ ମଧ୍ୟ ଉତ୍ତମ ଅଟେ। କିନ୍ତୁ କିଛି ଲୋକଙ୍କ ପାଇଁ ବାଦାମ ଖାଇବା କ୍ଷତିକାରକ ହୋଇଥାଏ।
ଆସନ୍ତୁ ଜାଣିବା କେଉଁମାନେ ବାଦାମ ଖାଇବା ଅନୁଚିତ ..
ଉଚ୍ଚ ରକ୍ତଚାପ ରୋଗୀ :
ଯେଉଁ ବ୍ୟକ୍ତିମାନଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ରହିଛି ସେମାନେ ବାଦାମ ଖାଇବା ଅନୁଚିତ। କାରଣ ସେମାନେ ନିୟମିତ ଔଷଧର ବ୍ୟବହାର କରିଥାଆନ୍ତି। ଔଷଧ ସହ ବାଦାମ ଖାଇବା ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ।
ପେଟରେ ଷ୍ଟୋନ ସମସ୍ୟା :
ଯେଉଁ ବ୍ୟକ୍ତିମାନଙ୍କର କିଡନୀରେ ଷ୍ଟୋନ କିମ୍ବା ଗଲବ୍ଲାଡର ସମ୍ବନ୍ଧୀୟ ସମସ୍ୟା ରହିଥାଏ ସେମାନେ ବାଦାମ ଖାଇବା ଅନୁଚିତ।
ପାଚନ ସମ୍ବନ୍ଧୀୟ ଅସୁବିଧା :
ଯଦି ଆପଣଙ୍କର ପାଚନ ସମ୍ବନ୍ଧୀୟ କୌଣସି ଅସୁବିଧା ହେଉଥାଏ ତେବେ ବାଦାମ ଖାଆନ୍ତୁ ନାହିଁ। କାରଣ ଏଥିରେ ଫାଇବରର ମାତ୍ରା ଅଧିକ ରହିଥାଏ। ତେଣୁ ବାଦାମ ଖାଇବା ଦ୍ୱାରା ଏସିଡିଟି ପରି ସମସ୍ୟା ସୃଷ୍ଟି ହୋଇଥାଏ।
ମୋଟା ଲୋକେ ଖାଇବା ଅନୁଚିତ :
ଯେଉଁ ବ୍ୟକ୍ତିମାନେ ମୋଟା ଥାଆନ୍ତି ସେମାନେ ବାଦାମ ଖାଇବା ଅନୁଚିତ। କାରଣ ବାଦାମରେ କ୍ୟାଲୋରୀ ଅଧିକ ପରିମାଣରେ ରହିଥାଏ। ଏହା ଓଜନ ବଢାଇଥାଏ।
ଆଣ୍ଟିବାୟୋଟିକ ଔଷଧ :
ଯଦି ଆପଣ କୌଣସି ରୋଗ ପାଇଁ ଆଣ୍ଟିବାୟୋଟିକ ଔଷଧ ସେବନ କରୁଥାଆନ୍ତି ତେବେ ବାଦାମ ଖାଆନ୍ତୁ ନାହିଁ। କାରଣ ବାଦାମରେ ଅଧିକ ମାତ୍ରାରେ ମ୍ୟାଗ୍ନେସିୟମ ରହିଛି। ବାଦାମ ଖାଇବା ଦ୍ୱାରା ଆପଣ ସେବନ କରୁଥିବା ଔଷଧ ଶରୀର ଉପରେ କୌଣସି ପ୍ରଭାବ ପକାଇ ନଥାଏ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories